ବିଜେଡ଼ି ସରକାରକୁ ଆସିଲେ ବଢିବ ଶ୍ରମିକଙ୍କ ମଜୁରୀ 


ପୁରୀ : ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ସରକାରକୁ ଆସିଲେ ଶ୍ରମିକମାନଙ୍କ ମଜୁରୀ ଅଧିକ ବୃଦ୍ଧି କରାଯିବ ବୋଲି ବିଜୁ ଶ୍ରମିକ ସାମ୍ମୁଖ୍ୟର ସାଧାରଣ ସଂପାଦକ ସୁବାସ ସିଂ ପ୍ରକାଶ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂ କହିଥିଲେ ଯେ, ଶ୍ରମିକମାନଙ୍କ ଦୈନିକ ମଜୁରୀ ୩୪୬ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ର ପାଇଁ ପ୍ରଜୁଯ୍ୟ । ଶ୍ରମିକମାନଙ୍କ ସାମାଜିକ ନିରାପତ୍ତା ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି । ୪୨ଲକ୍ଷ ୪୮ହଜାର ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛିନ୍ତି । ସେମାନଙ୍କ ପିଲାମାନଙ୍କ ପାଠପଢା, ସୁଦ୍ଧିକି୍ରୟା, ବିବାହ ଓ ଦୁର୍ଘଟଣା ଜିନତ ମୃତୁ୍ୟ ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରତ୍ୟେକ ବର୍ଗର ଶ୍ରମିକଙ୍କୁ ସାମିଲ କରାଯାଇଛି । ୧୦ଲକ୍ଷ କେନ୍ଦୁପତ୍ର ଶ୍ରମିକଙ୍କ ବୋନସ ବୃଦ୍ଧି କରାଯାଇଛି । ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗାଡ଼ିଚାଳକ, ନର୍ସିଂ ହୋମ୍ କର୍ମଚାରୀ, ଖବର କାଗଜ ବିତରକ ଓ ଫଟୋଗ୍ରାଫରମାନଙ୍କ ବୀମା ପରିମାଣ ୨ଲକ୍ଷରୁ ୪ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଉଟସୋର୍ସିଂ କର୍ମଚାରୀମାନଙ୍କ ବେତନ ୨୫% ବୃଦ୍ଧି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରମିକ ନେତା ନବକିଶୋର ମହାନ୍ତି, ଓଡ଼ିଶା ବିଦୁ୍ୟତ କର୍ମଚାରୀ ମହାସଂଘର କାର୍ଯକାରୀ ସଭାପତି ରାଜୀବ ମହାନ୍ତି, ଓଡ଼ିଶା ଅଟୋଚାଳକ ମହାସଂଘର ସାଧାରଣ ସଂପାଦକ ପ୍ରଦୁ୍ୟମ୍ନ ସାମଲ, ସାଂସଦ ଶୁଭାଶିଷ ଖୁଣ୍ଟିଆ, ଓଡ଼ିଶା ସଡ଼କ ପରିବହନ ମହାସଂଘର ସଂପାଦକ ସନ୍ତୋଷ କୁମାର ସାହୁ, ଉଠାଦୋକାନୀ ମହାସଂଘର ସଂପାଦକ ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।