ପୁରୀରେ ଖାଦ୍ୟ ରାନ୍ଧିଲେ ଆଦାନୀ

ପୁରୀ : ଆଦାନୀ ଗ୍ରୁପ ଏବଂ ଇସ୍କନ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ‘ପ୍ରସାଦ ସେବା’ ବଣ୍ଟନ କରାଯାଉଥିବା ବେଳେ ଅଧ୍ୟକ୍ଷ ଗୌତମ ଆଦାନୀ ଇସ୍କନର ରୋଷଶାଳା ପରିଦର୍ଶନ କରିଛନ୍ତି  । ରୋଷଶାଳାରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ରନ୍ଧାଯାଉଛି, ଯେଉଁଥିରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ସହ ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା କରାଯାଇଛି  । ଏହାକୁ ଆଦାନୀ ସପରିବାର ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବା ଅବସରରେ ଇସ୍କନ ରୋଷଶାଳା ପରିଦର୍ଶନ କରି ଉଦାରତାର ସହ ଖାଦ୍ୟ ରାନ୍ଧିବାରେ ସହଯୋଗ କରିଥିଲେ । ପରିଦର୍ଶନ ସମୟରେ ସ୍ୱେଚ୍ଛାସେବୀମାନେ ଆଦାନୀଙ୍କୁ ରୋଷେଇରେ ଯୋଗ ଦେବାକୁ ଅନୁରୋଧ କରିଥିଲା ବେଳେ ତାଙ୍କର ସେବା ମନୋବୃତ୍ତିି ଯୋଗୁ ସେ ରୋଷେଇ କରିବାକୁ ଆଗଭର ହୋଇଥିଲେ  । କେବଳ ଆଦାନୀ ନୁହେଁ, ତାଙ୍କ ପନôୀ ପ୍ରୀତି ଆଦାନୀ ଏବଂ ପୁତ୍ର କରଣ ଆଦାନୀ ମଧ୍ୟ ରୋଷଶାଳାରେ ରାନ୍ଧିବାରେ ସହଯୋଗ କରିଥିଲେ  । ଇସ୍କନ ବିଶ୍ୱାସ କରେ ଯେ, ଏପରି ଆଧ୍ୟାତ୍ମିକ ସେବାରେ ଆଦାନୀ ପରିବାରର ବ୍ୟକ୍ତିଗତ ସମ୍ପୃକ୍ତି ପ୍ରେରଣାଦାୟକ  । ସେମାନଙ୍କର ନମ୍ର ଓ ମୂଲ୍ୟବୋଧ ଆଧାରିତ ନେତୃତ୍ୱ ଅନ୍ୟ ଶିଳ୍ପପତିମାନଙ୍କୁ ଭାରତୀୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ଅଧିକ ହୃଦୟଙ୍ଗମ ଭାବରେ ସମର୍ଥନ ଏବଂ ଅଂଶଗ୍ରହଣ କରିବାକୁ ଉସôାହିତ କରିବ  ।