ଶତପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ

ପୁରୀ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ପୁରୀ ସଦର ବ୍ଲକର ବୀର ହରେକୃଷ୍ଣପୁର ନେଡ଼ାଲ ଉଚ୍ଚ ବିଦ୍ୟାଳୟର ୨ଜଣ ଛାତ୍ର ୫୪୦ ନମ୍ବର ଲେଖାଏଁ ରଖି ଏ ୱାନ ଗ୍ରେଡ଼ ହାସଲ କରିଛନ୍ତି । ଏହି କୃତିଛାତ୍ରଦ୍ୱୟ ହେଲେ ଅମିତ ରଂଜନ ସେଠୀ ଓ ରିଙ୍କୁ ରାଉତ । ଉକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ୍ଦ ଦାସ ଓ ସମସ୍ତ ସହକାରୀ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରରେ କୃତିତ୍ତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । 
ମାତୃଭାଷାରେ ୯୦ ପ୍ରତିଶତ ନମ୍ବର ରଖି ଏହି ବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ ସରକାରଙ୍କର ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚଳିତ ବର୍ଷ ବିଦ୍ୟାଳୟର ୧୩୬ ଜଣ ଛାତ୍ରଛାତ୍ରୀ ମାଟି୍ରକ କରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୦ଜଣ ୮୦ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୪୦ଜଣ ଛାତ୍ରଛାତ୍ରୀ ୬୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ପରୀକ୍ଷା ଦେଇଥିବା ୧୩୬ ଜଣଯାକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାରୁ ଶତପ୍ରତିଶତ ପାସ୍ ହାର ହାସଲ ହୋଇପାରିଛି ।