ବିକାଶ କାମର ଦେଲେ ହିସାବ, ବିଜେପିକୁ କଡ଼ା ସମାଲୋଚନା
ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସୋମବାର ଭଦ୍ରକ ଲୋକସଭା କ୍ଷେତ୍ରର ବାସୁଦେବପୁର ଓ ତିହିଡିରେ ନିର୍ବାଚନ ପ୍ର·ର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି । ସେ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଓଡିଶାର ୩ଟି ପର୍ଯ୍ୟାୟ ନିର୍ବାଚନରେ ଆମେ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛୁ । ତିନି ପର୍ଯ୍ୟାୟରେ ଓଡିଶାର ୧୦୫ଟି ସିଟରେ ନିର୍ବାଚନ ସରିଯାଇଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ତ୍ତମାନ ସୁଦ୍ଧା ଆମେ ମ୍ୟାଜିକ ନମ୍ବର ପାଇ ସାରିଛୁ ।
ନିର୍ବାଚନ ଫଳ ବାହାରିଲେ ଆପଣମାନେ ଦେଖିବେ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ପରିବାରଙ୍କ ପାଇଁ ବିଜୁଳି ବିଲ୍ ଛାଡ କରିବେ । ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବିଏସକେୱାଇ କାର୍ଡ ପାଇବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ଭତ୍ତା ବ୍ୟବସ୍ଥା ହେବ । ଚତୁର୍ଥ ଦସ୍ତଖତରେ କଲେଜ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ନୂଆ-ଓ ଛାତ୍ରବୃତ୍ତି ମିଳିବ । ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ପଛରେ ଠିଆ ହୋଇ ରହିଛନ୍ତି, ଆପଣଙ୍କ ସୁଖ ଦୁଃଖରେ ଅଛନ୍ତି ବୋଲି ସେ କହିଥିଲେ । ବିଜେପି ଦଳର ମିଛ ପ୍ରତିଶୃତିର ମୁଖା ଖୋଲି ଶ୍ରୀ ପାଣ୍ଡିଆନ କହିଲେ ଯେ, ଡବଲ ଇଞ୍ଜିନ ରାଜ୍ୟରେ ୫ ପ୍ରତିଶତ ପିଲା ବି ଛାତ୍ରବୃତ୍ତି ପାଉନାହାନ୍ତି । ନବୀନ ବାବୁଙ୍କ ରାଜ୍ୟରେ ୯୮ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଇବେ । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ ପରିବାର ଏହି ସୁବିଧା ପାଇବେ, ଅନ୍ୟମାନେ ପାଇବେ ନାହିଁ । ମମତା ଯୋଜନାରେ ନବୀନ ବାବୁଙ୍କ ସରକାର ମା ମାନଙ୍କୁ ୧୦ ହଜାର ଟଙ୍କା ଦେଉଛନ୍ତି, ଡବଲ ଇଞ୍ଜିନ ସରକାର ୬ ହଜାର ଟଙ୍କା ଦେଉଛନ୍ତି । ସାମାଜିକ ସୁରକ୍ଷା ଯୋଜନାରେ ଡବଲ ଇଞ୍ଜିନ ସରକାର ୩୦୦ ଟଙ୍କା ଭତ୍ତା ଦେଉଛନ୍ତି, ଆମେ ଦେଉଛୁ ୧ ହଜାର ଟଙ୍କା । ସେ ପୁଣି କହିଲେ ଯେ ଏବେ ନୂଆ ଘୋଷଣା କରିଛନ୍ତି ମା ମାନଙ୍କୁ ୫୦ ହଜାର ଟଙ୍କା ଦେବେ । ଲୋକଙ୍କୁ ମନେ ପକାଇ ସେ କହିଲେ ଯେ ବିଜେପି ୨୦୧୪ରେ କହିଥିଲା ଯେ, ପ୍ରତ୍ୟେକଙ୍କୁ ୧୫ ଲକ୍ଷ ଟଙ୍କା ଦେବେ, କୁଆଡେ ଗଲା? ଦରଦାମ କମିଲା କି? ସେମାନେ ଯାହା ବି କହୁଛନ୍ତି ସବୁ ମିଛ କଥା କହୁଛନ୍ତି । ନିର୍ବାଚନ ସମୟରେ ବଡ ବଡ କଥା କହିବେ, ନିର୍ବାଚନ ସରିଗଲେ ଦେଖା ମିଳିବ ନାହିଁ । ଏହି ସଭାରେ ସେ ବିଶିଷ୍ଟ ଜନନେତା ସ୍ୱର୍ଗତ ନୀଳମଣି ରାଉତରାୟ ଓ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ଓ ·ନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ପ୍ରମୁଖ ଉଦବୋଧନ ଦେଇ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ ।