ଖୋଲା ଚ୍ୟାଲେଞ୍ଜ ଦେଲେ ବଦ୍ରି ପାତ୍ର

ଖୋଲା ଚ୍ୟାଲେଞ୍ଜ ଦେଲେ  ବଦ୍ରି ପାତ୍ର

ଭୁବନେଶ୍ୱର: ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଶ୍ରୀ ପାତ୍ର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଯଦି ତାକତ ଅଛି ବିଜେଡିକୁ ଖାଲି କରି ଦେଖାଅ ବୋଲି ଶ୍ରୀ ପାତ୍ର କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ବୟାନବାଜିରେ ଲାଭ ନାହିଁ ।  କାହା ମୁହଁରେ ହାତରେ ଦେଇ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡି ଆଞ୍ଚଳିକ ଦଳ । ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ଶ୍ରୀ ପାତ୍ର । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉଦେ୍ଧଶ୍ୟରେ ପ୍ରଶ୍ନ କରିଛନ୍ତି । 

ପ୍ରକାଶ ଯେ  ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଛନ୍ତି। ବିଜେଡି ଖାଲି ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଲେ। ୨ ରାଜ୍ୟସଭା ସାଂସଦ ମିଶିଲେ, ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ବିଜେପିରେ ମିଶିବାକୁ ନିବେଦନ କରୁଛନ୍ତି ବୋଲି   ବୁଧବାର  ବିଜେପି ସଭାପତି ମନମୋହନ ସାମଲ କହିଥିଲେ ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହିସାବ ମାଗିଥିଲେ ବିଜେପି ସଭାପତି ମନମୋହନ ସାମଲ। ନବୀନବାବୁ ୨୪ ବର୍ଷର ହିସାବ ଦିଅନ୍ତୁ ବୋଲି ସେ କହିଥିଲେ। ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ନେଇ ଏପରି କହିଥିଲେ ଶ୍ରୀ ସାମଲ୍‌। ଶ୍ରୀ ସାମଲ୍‌ କହିଥିଲେ, ବନୀନ କେତେ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି? ତାହାର ହିସାବ ଦିଅନ୍ତୁ। ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିଛି। ଯଦି ନବୀନ ଏହାକୁ ମିଛ କହୁଛନ୍ତି, ତା’ହେଲେ ସ’ତ କଣ କୁହନ୍ତୁ। ସୁଭଦ୍ରା, ଧାନର ଏମ୍‌ଏସ୍‌ପି ବୃଦ୍ଧି, ରତ୍ନଭଣ୍ଡାର, ଭତ୍ତା ପ୍ରତିଶ୍ରୁତି ପାଳିଛୁ। ୧୦୦ ଦିନରେ ଏହା ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି ବୋଲି ମନମୋହନ ସାମଲ କହିଥିଲେ।