ସ୍ଥାୟୀ ଡିଜି ହେବେ ଅରୁଣ ଷଡଙ୍ଗୀ!
ଭୁବନେଶ୍ୱର: ଚଳିତ ବର୍ଷର ନିର୍ବାଚନ ଶେଷ ହୋଇଛି । ଏହାର ଫଳାଫଳ ବି ବାହାରି ସାରିଛି । ଏଥରେ ୨୫ ବର୍ଷ ଶାସନ କରୁଥିବା ଦଳକୁ ଧରାସାୟୀ କରିଛି ବିଜେପ । ଏହା ସହିତ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବଚାନୀ ବୈତରଣୀ ପାର ହୋଇଛି ବିଜେପି । ଯୋଗ୍ୟତା ଆଧାରରେ ଓଡିଆ ଅଧିକାରୀଙ୍କୁ ଗୁରୁତ୍ୱ ଦେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ପରିବର୍ତ୍ତିତ ସ୍ଥିତିରେ ଏବେ କାର୍ଯ୍ୟକାରୀ ପୁଲିସ ଡିଜି ଥିବା ଅରୁଣ ଷଡଙ୍ଗୀଙ୍କୁ ସ୍ଥାୟୀ ଡିଜି ଭାବେ ନିଯୁକ୍ତି ମିଳିବା ସମ୍ଭାବନା ସୃଷ୍ଟି ହୋଇଛି । ଗତ ୧୦ବର୍ଷ ଭିତରେ ତିନି ଜଣ ଓଡିଆ ଆଇପିଏସ୍ଙ୍କୁ କେବଳ କାର୍ଯ୍ୟକାରୀ ଡିଜି ଭାବେ ଦାୟିତ୍ତ୍ୱ ଦିଆଯାଇଥିଲା । ପୂର୍ବରୁ ସତ୍ୟଜିତ ମହାନ୍ତି ଓ ବିଜୟ ଶର୍ମା କାର୍ଯ୍ୟକାରୀ ଡିଜି ଭାବେ ଦାୟିତ୍ୱ ନିର୍ବହ କରିଥିଲେ ସ୍ଥାୟୀ ଡିଜି ହୋଇ ପାର ନଥିଲେ । ଶେଷଥର ପ୍ରକାଶ ମିଶ୍ର ଓଡିଆ ପୁଲିସ ଡିଜି ଭାବେ ୬/୭୨୦୧୨ରୁ ୬/୭୨୦୧୪ କାର୍ଯ୍ୟ କରିଥିଲେ । ପ୍ରକାଶଙ୍କ ପରେ ସଂଜୀବ ମାରିକ ୬/୭/୨୦୧୪ରୁ ୮/୧୧/୨୦୨୫, କେ.ଭି ସିଂହ ୮/୧୧/୨୦୧୫ରୁ ୩୧/୮/୨୦୧୭ରୁ ୮/୮/୨୦୧୯, ଅଭୟ ୯/୧୨/୨୦୧୯ରୁ ୩୧/୧୨/୨୦୨୧ ପର୍ଯ୍ୟନ୍ତ ପୁଲିସ ଡିଜି ରହିଥିଲେ । ଅଭୟଙ୍କ ପରେ ସୁନିଲ କୁମାର ବଂଶଲ ୩୧/୧୨/୨୦୨୧ରୁ ୩/୧୨/୨୦୨୩ ପର୍ଯ୍ୟନ୍ତ ପୁଲିସ ଡିଜି ରହିଥିଲେ । ସୁନିଲ ବଂଶଲଙ୍କ ପରେ ଓଡିଆ ଆଇପିଏସ୍ ଅରୁଣ କୁମାର ଷଡଙ୍ଗୀଙ୍କୁ କାର୍ଯ୍ୟକାରୀ ଡିଜି ଭାବେ ନିଯୁକ୍ତି ଦିଆଯାଇଛି । କିନ୍ତୁ ୨୦୦୦ରୁ ୨୦୧୪ ଯାଏ ଅଧିକାଂଶ ଓଡିଆ ଅଫିସର ପୁଲସି ଡିଜି ରହିଥିଲେ । ସେହି ୧୪ ବର୍ଷରେ ୭ ଜଣ ଓଡିଆ ଆଇପିଏସ୍ ପୁଲିସ୍ ଡିଜି ଦାୟିତ୍ୱ ନର୍ବାହ କରିଥିଲେ । ଏନ୍.ସି ପାଢ଼ୀ ୨୦୦୧ରୁ ୨୦୦୪,ବି.ବି ମିଶ୍ର ୨୦୦୪ରୁ ୨୦୦୫, ସୁଚିତ ଦାସ ୨୦୦୫ରୁ ୨୦୦୬ ଅମରାନନ୍ଦ ପଟ୍ଟନାୟକ ୨୦୦୬ରୁ ୨୦୦୭, ଗୋପାଳ ନନ୍ଦ ୨୦୦୭ରୁ ୨୦୦୮, ମନମୋହନ ପ୍ରହରାଜ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ପୁଲିସ ଡିଜି ରହିଥିଲେ ।