ଭୁବନେଶ୍ୱରରେ ରୋଡ଼ ଶୋ’ କରିବେ ମୋଦି

Narendra Modi

ଭୁବନେଶ୍ୱରରେ ରୋଡ଼ ଶୋ’ କରିବେ ମୋଦି

ଭୁବନେଶ୍ୱର : ଆସନ୍ତା ୧୨ରେ ଭୁବନେଶ୍ୱରରେ ରୋଡ଼ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।  ବୁଧବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ରୋଡ଼ ଶୋ’ କରିବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି  ।   ଜୁନ୍‌ ୧୦ରେ ବିଜେପି ସରକାର ଶପଥ ନେବେବୋଲି ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିଲା  । କିନ୍ତୁ ଏବେ ତାହା ଦୁଇଦିନ ଅର୍ଥାତ ୧୨କୁ ଘୁଞ୍ôଚିଯାଇଛି  । ମୋଦି ରୋଡ଼ ଶୋ’ କରି ଶପଥ ଗ୍ରହଣ ଉତ୍ସବକୁ ଆସିବେ  । ତାଙ୍କ ସହ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ସାମିଲ୍‌ ହେବେ  । ବିଜୟୀ ସାଂସଦ ଓ ବିଧାୟକମାନେ ମଧ୍ୟ ରୋଡ଼ ଶୋ’ରେ ସାମିଲ ହେବେବୋଲି ଜଣାପଡ଼ିଛି  । ରୋଡ଼ଶୋ’ ବେଳେ ମୋଦି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିବେ  ।