ଜିରୋ କାଜୁଆଲଟିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ପାଦ ପାଦ ଦେଉ ଦେଉ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଲୋକସେବା ଭବନରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜିରୋ କାଜୁଆଲଟିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସହରାଞ୍ଚଳରେ ଅଳ୍ପ ବର୍ଷାରେ ସୃଷ୍ଟି ହେଉଥିବା ବନ୍ୟା ସ୍ଥି୍ିତି ନିୟନ୍ତ୍ରଣ ପାଇଁ ଗୁରୁତ୍ୱ ଦିଆଯାଇଛି । ସହରାଞ୍ଚଳ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୨୦୦ କୋଟି ପ୍ରସ୍ତାବ ଦିଆଯାଇଛି । ଟ୍ୱିନ ସିଟି କୃତ୍ରିମ ବନ୍ୟା ପରିଚାଳନା ପାଇଁ ଆଇଆଇଟିର ସହାୟତା ନିଆଯିବ । ଆଇଆଇଟି ବୈଷୟିକ ସହାୟତା ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବ । ରାଜ୍ୟ, ଜିଲ୍ଲା ଓ ସବଡିଭିଜନସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ । ସାପ କାମୁଡ଼ା ବାବଦରେ ଆପ ମଧ୍ୟମରେ ଲୋକଙ୍କୁ ସଚେତନ କରାଯିବ । ୨୦ଟି ଓଡ୍ରାଫ ଟିମ ବୃଦ୍ଧି କରାଯାଇ ୩୦ କରାଯିବ । ବାହାନଗା ଭଳି ବିପର୍ଯ୍ୟୟ ମୁକାବିଲା ପାଇଁ ୫ଟି ଆଞ୍ଚଳିକ ଅଗ୍ନିଶମ ହବ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।