ସଂସଦରେ ଫାଟିଲା ପ୍ରତାପଙ୍କ ମୁଣ୍ଡ
pratap sarangi

ଭୁବନେଶ୍ୱର : ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତଳେ ପଡ଼ିଯିବାରୁ ତାଙ୍କର ମୁଣ୍ଡ ଫାଟିଯାଇଛି । ମୁଣ୍ଡ ଫାଟ ରକ୍ତସ୍ରାବ ହେଉଛି । ତୁରନ୍ତ ସେଠାରେ ଡାକ୍ତରୀ ଟିମ୍ ତାଙ୍କୁ ପ୍ରାଥମିକ ଚିକିତ୍ସା କରିଛନ୍ତି । ଏହାପରେ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲି ଦେଇଛନ୍ତି ରାହୁଲ ଗାନ୍ଧୀ । ଯେଉଁଥିପାଇଁ ସେ ଶିଡ଼ିରୁ ତଳେ ପଡ଼ିଗଲେ । ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏନେଇ ପ୍ରତାପ କହିଛନ୍ତିଯେ, ରାହୁଲ ଗାନ୍ଧୀ ମୋତେ ଠେଲିଦେଲେ । ଫଳରେ ମୁଁ ତଳେ ପଡ଼ିଗଲି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।