ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ

 ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀର ବରିଷ୍ଠ ନାଗରିକ ସଂଘର ସାଧାରଣ ସଭା ନିଜସ୍ୱ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ୨୦୨୫-୨୦୨୭ ମସିହା ପାଇଁ ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ନିଦ୍ୱନ୍ଦ୍ୱର୍ରେ ସଂଘର ସଭାପତି ଭାବେ କୃଷ୍ଣଚନ୍ଦ୍ର ସୁଆର ନିର୍ବାଚିତ ହୋଇଥିବାବେଳେ ଉପସଭାପତି ଭାବେ ପବିତ୍ର ମୋହନ ପରିଡ଼ା, ସମ୍ପାଦକ ଭାବେ ରବିନ୍ଦ୍ରନାଥ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭାବେ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ବଂଶୀଧର ନାୟକ, ସହକୋଷାଧ୍ୟକ୍ଷ ଭାବେ ପ୍ରଫୁଲ୍ଲଚନ୍ଦ୍ର ଦାଶ ମନୋନୀତ ହୋଇଛନ୍ତି । ସେହିପରି ନଅଜଣ କାର୍ଯ୍ୟକାରୀ ସଭ୍ୟ ଭାବେ ନକୁଳ ସେନାପତି, ଶରତଚନ୍ଦ୍ର ବାରିକ, ନରହରି ସେଠୀ, ଅରୁଣ କୁମାର ଦାଶ, ତ୍ରିଲୋଚନ ମହାନ୍ତି, ବ୍ରଜବନ୍ଧୁ ଦାସ, ମାଣତା ବରାଳ, ନିର୍ମଳା ଦାସ ଓ ମହେଶ୍ୱର ନାୟକ, ଅକ୍ଷୟ କୁମାର ରାଉତ, ଅଡିଟର ଉପଦେଷ୍ଟା ନାରାୟଣ ପ୍ରସାଦ ମହାନ୍ତି, ନିରଞ୍ଜନ ସାମଲ, ଡ. ଗୌରାଙ୍ଗ ଚରଣ ତ୍ରିପାଠୀ, ପରାମର୍ଶଦାତା ଭାବେ ଡ. ମଧୁମାଧବ ଜେନା ଓ ମନୋଜକୁମାର ସାହୁ ପ୍ରମୁଖ ଚୟନ ହୋଇଛନ୍ତି ।