ସ୍ତ୍ରୀକୁ ମାରି ଖଟ ବାକ୍ସରେ ରଖିଥିଲା
ଚନ୍ଦାହାଣ୍ଡି/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ହଳଦୀ ଗ୍ରାମରେ ପନôୀ ଅନୀତା ସୋରି (୨୩)ଙ୍କୁ ହତ୍ୟା କରି ନିଜର ଶୋଇବା ଖଟ ବାକ୍ସରେ ପୁରାଇ ଫେରାର ହୋଇ ଯାଇଥିଲା ସଇତାନ ସ୍ୱାମୀ । ଏନେଇ ମୃତକର ବାପା କମଳା କାନ୍ତ ସୋରି ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି ।
ଅଭିଯୁକ୍ତ ସ୍ୱାମୀ ଜଣକ ହେଉଛନ୍ତି ଦୁଦର ସିଂ ମାଝି ଓରଫ ଦୁଷ୍ମନ୍ତ । ଚନ୍ଦାହାଣ୍ଡି ଥାନା କେସ ନଂ ୫୯/୨୫ରେ ଏକ ମମଲା ରୁଜୁ କରି ଏହାର ତଦନ୍ତ ଭାର ଏସଆଇ ବିଜୁରାମ ବାଘଙ୍କୁ ହସ୍ତାନ୍ତର କରିଥିବା ନେଇ ସେ ସୂଚନା ଦେଇଛନ୍ତି । ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ଆଣି ଘଟଣାର ତଦନ୍ତ ଚଳାଇ ଥିବା ପୋଲିସ ପ୍ରକାଶ କରିଛି ।
ପୋଲିସ କହିବା ଅନୁଯାୟୀ ହଳଦୀ ଗ୍ରାମର ଅଗେସିଂ ମାଝି ଙ୍କ ପୁଅ ଦୁଦର ସିଂ ମାଝି ଆଜକୁ ୩ ବର୍ଷ ତଳେ ପଡୋଶୀ ଛତିଶଗଡ଼ ରାଜ୍ୟ ଦେଭୋଗ ଥାନା ଅଧିନ ଭତରାବାହାଳୀ ଗ୍ରାମର କମଳା କାନ୍ତ ସୋରିଙ୍କ ଝିଅ ଅନୀତା ସୋରିଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ଠିକଠାକ୍ କଟିଥିବାବେଳେ ତାଙ୍କର ପୁତ୍ର ସନ୍ତାନ ବି ଅଛି । ସ୍ୱାମୀ ସବୁବେଳେ ମଦ୍ୟପାନ କରି ଅନୀତାକୁ ଗାଳି ଗୁଲଜ କରିବା ସହ ମାରପିଟ କରୁଥିବା ନେଇ ଅନୀତାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ସ୍ୱାମୀ ସ୍ତ୍ରୀ ଦୁଇଜଣ ଶଶୁର ଘର ବୁଲିବାକୁ ଯାଇ ଗତ ୧୧ ତାରିଖ ଦିନ ଫେରିଥିଲେ । ଏହାରି ଭିତରେ କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀ ଭିତରେ ଗତ ଶନିବାର ଦିନ ଝଗଡା ହୋଇଥିଲା । ସ୍ୱାମୀ ଦୁଦର, ସ୍ତ୍ରୀ ଘରଠୁ କୁଆଡେ ଚାଲିଯାଇଛି କହି ତାଙ୍କର ଦେଢ଼ ବର୍ଷର ଛୁଆକୁ ଜେଜେ ମାଁ ପାଖରେ ଛାଡି ଘରେ ତାଲାଦେଇ ଖୋଜିବାକୁ ଯାଉଛି କହି ଘରୁ ଚାଲିଯାଇଥିଲା । ଆଜି ଘରୁ ଦୁର୍ଗନ୍ଧ ବାହାରିବାରୁ ଲୋକେ ସନେ୍ଦହ କରି ଅନୀତାର ପରିବାର ଳୋକଙ୍କୁ ଖବର ଦେଇଥିଲେ । ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତାଙ୍କ ଶୋଇବା ଘର କବାଟ ଭାଙ୍ଗି ଖଟର ବାକ୍ସ ଭିତରେ ଅନୀତାର ଗଳିତ ମୃତଦେହ ଉଦ୍ଧାର କରିଥିଲା ।