ଶ୍ରୀମନ୍ଦିର ଜଗିବେ ସ୍ୱତନ୍ତ୍ର ବାଟାଲିୟନ୍‌

shreemandir

ଶ୍ରୀମନ୍ଦିର ଜଗିବେ ସ୍ୱତନ୍ତ୍ର ବାଟାଲିୟନ୍‌

ଭୁବନେଶ୍ୱର : ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ଗୃହ ବିଭାଗ ପକ୍ଷରୁ ମୋଡ଼ାଲିଟି ପ୍ରସ୍ତୁତ କରାଯାଇଛି  । ଏହି ବାହିନୀ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ହେବନାହିଁ  । ଡେପୁଟେସନରେ ସୁରକ୍ଷା କର୍ମୀମାନେ ଏହି ବାହିନୀରେ ସାମିଲ୍‌ ହେବେ  । ଓଏସଏପି, ସ୍ପେଶିଆଲ ସିକ୍ୟୁରିଟି ବାଟାଲିୟନ୍‌ ଓ ପୁଲିସ ବାହିନୀରୁ ୩ ବର୍ଷ ପାଇଁ ଡେପୁଟେସନରେ ଆସିବେ ବୋଲି ଜାଣିବାକୁ ମିଳିଛି  ।

ଏହି ବାହିନୀରେ ୧୦୮୩ ଜଣ କର୍ମଚାରୀ ରହିବେ  । ଡେପୁଟେସନ ଅବଧି ଅତିବେଶୀରେ ଗୋଟିଏ ବର୍ଷ ବଢ଼ାଯିବ  । ଏହାପରେ ସେମାନେ ମୂଳସ୍ଥାନକୁ ଫେରିଯିବେ  । ଜଣେ କମାଣ୍ଡାଣ୍ଟଙ୍କ ଠାରୁ ଆରମ୍ଭ କରି ଆର୍ମରଙ୍କ ପର୍ଯ୍ୟନ୍ତ କର୍ମଚାରୀ ରହିବେ  । ଏଥିରେ ୭୨୦ ସିପାହୀ ଓ ୨୪୦ ହାବିଲଦାର ରହିବେ  । ଇନ୍ସପେକ୍ଟର, ସବଇନ୍ସପେକ୍ଟର ଓ ହାବିଲଦାର ପାଇଁ ସଶସ୍ତ୍ର ପୁଲିସ ବାହିନୀରୁ ନିଯୁକ୍ତି ହେବେ  । ପୁରୀ ଏସପି ଏହାର ମୁଖ୍ୟ ରହିବେ  । ପୁରୀରେ ଏହାର ମୁଖ୍ୟାଳୟ ରହିବାର ଥିବାବେଳେ ୟୁନିଫର୍ମ ଓ ଲୋଗୋ ନେଇ ଡିଜିପି ନିଷ୍ପତ୍ତି ନେବେ ବୋଲି ଜାଣିବାକୁ ମିଳିଛି  ।