ବିଦୁ୍ୟତାଘାତରେ ଶ୍ରମିକ ମୃତ
କାକଟପୁର : ଆଜି ଅସ୍ତରଙ୍ଗ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା, ସୁଦୂର ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅଞ୍ଚଳରୁ ଜଣେ ଶ୍ରମିକ ଛୁରିଆନା ପଞ୍ଚାୟତ ଆଇଁସିଣିଆ ଗ୍ରାମର ଜୁଲୁ ବିଶ୍ୱାଳ ନାମକ ଜଣେ ମାଲିକଙ୍କ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲା । ଆଜି ମଧ୍ୟାହ୍ନ ସମୟରେ ଉକ୍ତ ଶ୍ରମିକ ଜଣଙ୍କ ମାଲିକଙ୍କ ଧାନ ବିଲରେ ପାଣି ମଟରରେ ପାଣି ମାଡ଼ଉଥିବା ବେଳେ ବିଦୁ୍ୟତ ଆଘାତରେ ମୃତୁ୍ୟ ବରଣ କରିଥିଲେ । ଅପରାହ୍ନ ୩ ଘଟିକା ସୁଦ୍ଧା କିଛି ସ୍ଥାନୀୟ ଲୋକ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିବା ପରେ ଡୁ୍ୟଟି ରେ ଥିବା ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରି ଅସ୍ତରଙ୍ଗ ପୁଲିସ କୁ ସୂଚନା ଦେଇଥିଲେ । ମାତ୍ର ଘଟଣା ଘଟିବାର ୨ ଘଣ୍ଟା ପରେ ଅସ୍ତରଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି । ମୃତ ବ୍ୟକ୍ତି ର ନାମ ଜଣାପଡିନଥିବାବେଳେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସଞ୍ଜୟ ପ୍ରଧାନ ପ୍ରକାଶ କରିଛନ୍ତି ଯେ ପୁଲିସ ଆସି ଯାଞ୍ଚ କରିବା ପରେ ଆମେ ମୃତ ଶରୀର କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଇବୁ ।