ଇସ୍ତଫାପତ୍ର ପ୍ରତ୍ୟାହାର ପାଇଁ ନବୀନଙ୍କୁ ଚିଠି ଲେଖିଲେ ଭାଗିରଥୀ
ାା ପ୍ରଭାନୁ୍ୟଜ୍ ।ା ଆନନ୍ଦପୁର : ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ପୁଣି ଥରେ ବିଜେଡିକୁ ଫେରିବେ । ଏନେଇ ଆଜି ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅସୁସ୍ଥତା କାରଣରୁ ସେ ଦଳରୁ ଇସ୍ତଫା ପ୍ରଦାନ କରିଥିଲେ । ଏବେ ସେ ସମ୍ପୂର୍ଣ ସୁସ୍ଥ ଅନୁଭବ କରିବାରୁ ଦଳ ପାଇଁ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଦଳର ସୁପ୍ରିମୋ ଏହା ଉପରେ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ସମସ୍ତଙ୍କ ନଜର ରହିଛି । ସୂଚନାଥାଉ କି, ଭାଗିରଥୀ ସେଠୀଙ୍କ ଲୋକପ୍ରିୟତା ହ୍ରାସ ପାଇଁ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହେଉ ଦଳ ଗତ ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କୁ ଟିକେଟ ଦେଇନଥିଲା । ଯଦ୍ୱାରା କି ଶ୍ରୀ ସେଠୀ ୩୦.୦୪.୨୦୨୪ ରେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରିଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳରେ ଯିଏ ମୋଟା ଅଙ୍କରେ ଅର୍ଥ ଦେଇ ପାରିବ ତାକୁ ଦଳ ଟିକେଟ ଦେବ ବୋଲି କାହିବା ସହିତ ନାମ ନ ନେଇ ଆନନ୍ଦପୁର ଅଞ୍ଚଳର କିଛି କୁଚକ୍ରୀ ଗୋଷ୍ଠି ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ କରିଥିଲେ । ତେବେ ମାତ୍ର ୪ ମାସ ପରେ ଶ୍ରୀ ସେଠୀ ସେହି ବିଜେଡି ଦଳକୁ ଫେରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ବିଭିନ୍ନ ମହଲରେ ବର୍ତ୍ତମାନ ଏହି ଖବର ଆଲୋଚନାର ବିଷୟ ପାଲଟିଛି ।