ଗଣେଶଙ୍କୁ ଅନ୍ତରୀଣ ଜାମିନ୍‌

prasanta jagadev

ଗଣେଶଙ୍କୁ ଅନ୍ତରୀଣ ଜାମିନ୍‌

ଭୁବନେଶ୍ୱର : ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ୍‌ ଦେଇଛନ୍ତି ଖୋର୍ଦ୍ଧା ଏଡ଼ିଜେ-୧  । ବୁଥରେ ଗଣ୍ଡଗୋଳ ଓ ଇଭିଏମ ଭଙ୍ଗାରୁଜା ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ସ୍ୱାସ୍ଥ୍ୟ ଭଲ ନଥିବାରୁ ସେ କଟକ ବଡ଼ ମେଡ଼ିକାଲରେ ଅଛନ୍ତି  । ତେବେ ବିଧାୟକ ଭାବେ ସେ ଶପଥ ନେବାର ଥିବାବେଳେ ନୂଆ ସରକାରରେ ଉପସ୍ଥିତ ରହିବେ ବୋଲି ଯୁକ୍ତି ଦର୍ଶାଯାଇଥିଲା  । ତେଣୁ ୯,୧୦ ଓ ୧୧ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରାଯାଇଛି  । ବିଧାୟକ ଦଳ ବୈଠକରେ ଯୋଗଦେବା, ନୂଆ ସରକାର ଶପଥ ଗ୍ରହଣରେ ଉତ୍ସବ ଦେବା ଓ ବିଧାୟକ ଭାବେ ଶପଥ ନେବାର ବି କାର୍ଯ୍ୟକ୍ରମ ରହିଛି  । ଏହାପରେ ଜାମିନ୍‌ ପାଇଁ ପୁଣି ଆବେଦନ କରାଯିବ  ।