୧ ତାରିଖ ମଧ୍ୟରାତି ଯାଏଁ ପଞ୍ଜୀକରଣ: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ତେବେ ନିଜର କ୍ଷୟକ୍ଷତି ଜଣାଇବାକୁ ରାଜ୍ୟ ସରକାର ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାରି ଭିତରେ ବୀମାଭୁକ୍ତ ଚାଷୀଙ୍କ ପଞ୍ଜିକରଣ ଅବଧି ୧ ତାରିଖ ମଧ୍ୟରାତି ଯାଏଁ ବୃଦ୍ଧି କରାଯାଇଛି । ସୋମବାର କୋଣାର୍କରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ବିଶେଷ କରି ଓଡ଼ିଶା ପାଇଁ ଏହି ଅବଧି ବୃଦ୍ଧି କରିଛନ୍ତି । ଟୋଲ ଫ୍ରି ନମ୍ବରରେ ମିସକଲ ହୋଇଥିଲେ ବି ପଞ୍ଜୀକରଣ ସଫଳ । ଯେଉଁମାନେ ଜାଣିଛନ୍ତି ସେମାନେ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଯୋଗ କରିବାକୁ ପ୍ରଭାତୀ ପରିଡ଼ା କହିଛନ୍ତି ।