ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହେବ ଓଡ଼ିଶା : ଉପମୁଖ୍ୟମନ୍ତ୍ରୀ

ପ୍ରବାସୀ  ଭାରତୀୟ ଦିବସ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଦିଗ ସୃଷ୍ଟି କରିବ ।  ପ୍ରବାସୀ ଭାରତୀୟ ଦିବସରେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କହିଲେ, ଓଡ଼ିଶାରେ ଲୁଚିରହିଥିବା  ପର୍ଯ୍ୟଟନସ୍ଥଳକୁ ଲୋକଲୋଚକୁ  ଆଣିନଥିଲେ ପୂର୍ବ ସରକାର । ଆମ ସରକାର ଏହାକୁ ଲୋକଲୋଚନକୁ ଆଣି ବିଶ୍ବ ଦରବାରରେ ପହଞ୍ଚାଇବ ।

ଏହାସହ ୨୦୨୫ ଶେଷ ସୁଦ୍ଧା ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା। ଏଥିସହ  ପ୍ରବାସୀ ଭାରତୀୟ ଦିବସରେ ଷ୍ଟାର ସେଫ୍ ସଞ୍ଜୀବ କପୁର ମଧ୍ୟ ପ୍ରଶଂସା କରିଛନ୍ତି  ।  ଓଡ଼ିଆ ଆତିଥ୍ୟକୁ ଖୁବ୍ ପ୍ରଶଂସା କରିବା ସହ ଏଭଳି ଆୟୋଜନରେ ଖୁସି ପ୍ରକାଶ କରିଛନ୍ତି। ଏହାସହ ପ୍ରବାସୀ ଭାରତୀୟ ଦିବସ ସହ ଓଡ଼ିଶା ତା’ର ସ୍ବର୍ଣ୍ଣିମ ସମୟ ଫେରିପାଇଥିବା କହିଛନ୍ତି ସଞ୍ଜୀବ କପୁର ।