ଚୁଡଙ୍ଗ କଳିକା ଶିଶୁ ପ୍ରତିଭା ପ୍ରତିଯୋଗିତା
ବାଙ୍କୀ: ଚୁଡଙ୍ଗଗଡ ଶିକ୍ଷକ ସାହିତ୍ୟ ସଂସଦ, ବାରଙ୍ଗ ଆନୁକୂଲ୍ୟରେ ବାରଙ୍ଗ ବ୍ଲକ ଅନ୍ତର୍ଗତ ନରଣପୁର ଉ.ପ୍ରା ବିଦ୍ୟାଳୟ ଓ ଜୟନ୍ତୀ ଦେବୀ ବିଦ୍ୟାପୀଠ ପରିସରରେ ଏକକାଳୀନ ଚୁଡଙ୍ଗ କଳିକା ଶିଶୁ ପ୍ରତିଭା-୨୦୨୪ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ଉଭୟ କେନ୍ଦ୍ରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୨୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ଶ୍ରୁତଲିଖନ, ପୌରାଣିକ ଗଳ୍ପ, କବିତା, ପ୍ରବନ୍ଧ ଲିଖନ ଓ କୁଇଜ୍ ଆଦି ପ୍ରତିଯୋଗିତା କରାଯାଇଛି । ସଂସଦର କୋଷାଧ୍ୟକ୍ଷ ଶ୍ରୀନିବାସ ସେଠୀ ଓ ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କ ସଂଯୋଜନାରେ ଯଥାକ୍ରମେ ନରଣପୁର ଉ.ପ୍ରା ବିଦ୍ୟାଳୟ ଓ ଜୟନ୍ତୀ ଦେବୀ ବିଦ୍ୟାପୀଠ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂସଦର ସଭାପତି, ସମ୍ପାଦକ, ଉପଦେଷ୍ଟା ମଣ୍ଡଳୀ ତଥା କର୍ମକର୍ତ୍ତାବୃନ୍ଦ ସୁଚାରୁରୂପେ ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀଙ୍କୁ ସଂସଦର ବାର୍ଷିକ ଉତ୍ସବ ଅବସରରେ ପୁରସ୍କୃତ ପ୍ରଦାନ କରାଯିବ ।