ଭିଡିଓ ଭାଇରାଲ୍ : ବର୍ତ୍ତିଲେ ପ୍ରେମାନନ୍ଦ ମହାରାଜ

ଶ୍ରୀକୃଷ୍ଣ ନଗରୀ ବୃନ୍ଦାବନରେ ପଦଯାତ୍ରା ଚାଲିଥିବା ବେଳେ ବଡ଼ ଅଘଟଣ ଘଟିଗଲା । ଅଳ୍ପକେ ବର୍ତ୍ତିଲେ ସନ୍ଥ ପ୍ରେମାନନ୍ଦ ମହାରାଜ । ପଦଯାତ୍ରା ବେଳେ ଅତ୍ୟଧିକ ଭକ୍ତଙ୍କ ଭିଡ଼ କାରଣରୁ ଲୁହାରେ ଲାଗିଥିବା ଟେଣ୍ଟ୍ ହଠାତ୍ ତଳକୁ ଖସି ପଡ଼ିଥିଲା । ଯେଉଁ ସମୟରେ ଏହି ଅଘଟଣ ଘଟିଲା ସେତେବେଳେ ସନ୍ଥ ମହାରାଜ ଟେଣ୍ଟ୍ ତଳେ ଶିଷ୍ୟଙ୍କ ସହ ପଦଯାତ୍ରା କରୁଥିଲେ । ସୌଭାଗ୍ୟବଶତଃ ଉପସ୍ଥିତ ଶିଷ୍ୟ ଏବଂ ପୁଲିସ ବାହିନୀଙ୍କ କାରଣରୁ ଅଳ୍ପକେ ବର୍ତ୍ତିଲେ ବାବା ପ୍ରେମାନନ୍ଦ ମହାରାଜ । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ବୃନ୍ଦାବନରେ ଶ୍ରୀ ହରିବଂଶ ମହାପ୍ରଭୁଙ୍କ ଉତ୍ସବ ପାଳନ କରାଯାଉଛି । ଯେଉଁଥିପାଇଁ ପରିକ୍ରମା ମାର୍ଗରେ ଟେଣ୍ଟ୍ ଲଗାଯାଇଛି ଯାହା ଲୁହା ସାହାଯ୍ୟରେ ଲଗାଯାଇଛି । ଯେତେବେଳେ ପ୍ରେମାନନ୍ଦ ମହାରାଜ ଆଶ୍ରମରୁ ନିଜ ନିବାସକୁ ଗମନ କରୁଥିଲେ ଠିକ୍ ସେତିକିବେଳେ ଏହି ଲୁହା ହଲିବାକୁ ଲାଗିଥିଲା ଏବଂ ପଡ଼ିବା ପୂର୍ବରୁ ହିଁ ଉପସ୍ଥିତ ପୁଲିସ ଏବଂ ଶିଷ୍ୟମାନେ ବଡ଼ ଅଘଟଣକୁ ରୋକି ଦେଇଥିଲେ ।
ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ପ୍ରେମାନନ୍ଦ ମହାରାଜଙ୍କୁ ତାଙ୍କ ଶିଷ୍ୟମାନେ କଭର୍ କରି ସୁରକ୍ଷିତ ଭାବରେ ନେଉଥିବା ଦେଖା ଯାଉଛନ୍ତି । ତେବେ ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ପ୍ରେମାନନ୍ଦ ମହାରାଜଙ୍କ ପ୍ରତି ଶ୍ରଦ୍ଧା ରଖୁଥିବା ଶ୍ରଦ୍ଧାଳୁ ସନ୍ଥଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।