ଭୂମିହୀନଙ୍କୁ ସରକାର ଦେଲେ, ପ୍ରଶାସନ ଲଲିପପ୍ ଧରାଇଲେ ପ୍ରମାଣପତ୍ର ଧରି ବାରଦୁଆର ହେଉଛନ୍ତି ହିତାଧିକାରୀ

 ହନେ୍ଦାଳ:  ୨୦୧୮ରେ ରାଜ୍ୟସରକାରଙ୍କ ଘୋଷଣା ଥିଲା ରାଜ୍ୟରେ ରହିବେନି ଭୂମିହୀନ ସମସ୍ତଙ୍କୁ ଯୋଗାଇଦିଆଯିବ ଭୂମି ଓ ପଟ୍ଟା । ସେହିପରି ସାରା ରାଜ୍ୟପରି ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ଏନ୍ଏସିରେ ବସବାସ କରୁଥିବା ଭୂମିହୀନଙ୍କୁ ଦିଆଗଲା ଜାଗା, ପଟ୍ଟା ଓ ଭୂମିହୀନ ପ୍ରମାଣପତ୍ର । ଅଧିନିୟମ ୨୦୧୭ଧାରା ୦୩ ଅନୁଯାଇ ଏବଂ ୭ଟି ବସ୍ତିବାସିନ୍ଦା ମହାସଂଘ ମଧ୍ୟ ଗଠନ ହେଲା । 
ସେହିବସ୍ତି ବାସିନ୍ଦା ମଧ୍ୟରୁ ରାଜମୋହନପୁର ବସ୍ତିବାସିନ୍ଦା ୱାର୍ଡ ନଂ ୧୨,୧୩ ଭୂମିହୀନଙ୍କୁ ଏନ୍ଏସି ଚିଠି ନଂ ୧୨୮୬/୧୫/୧୦/୨୦୨୦ ତାରିଖରେ ହିନେ୍ଦାଳ ତହସିଲଦାରଙ୍କ ଚିଠି ନଂ ୪୫୫୯/୭-୧୧-୨୦୨୦ ଅନୁଯାଇ ଆଦର୍ଶ ସ୍କୁଲ ସାମ୍ନା ତାରିଣୀବିହାରରେ ରାଜମୋହନପୁର ମୌଜା ଖାତାନଂ ୧୩୪, ପ୍ଲଟନଂ ୧୦୯୮ ଓ ପ୍ଲଟନଂ ୧୧୪୦(ଗୋଚର) ରୁ ୩୨୩ ବର୍ଗ ଫୁଟର ଜାଗାର ପ୍ରମାଣପତ୍ର ୩୨ଜଣ ଭୂମିହୀନଙ୍କୁ ମିଳିଛି । ହିନେ୍ଦାଳ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଚିଠି କରାଯାଇ । ସେହିପରି ହିନେ୍ଦାଳ ତହସିଲଦାର ଚିଠିନଂ ୪୭୭୧/୧୭-୯-୨୦୨୪ଅନୁଯାଇ ହିନେ୍ଦାଳ ରାଜସ୍ୱ ନିରୀକ୍ଷକ, ରାଜସ୍ୱ ସୁପରଭାଇଜର, ଅମିନ ଦାଶରଥି ସାହୁ ଓ ମିତ୍ରପ୍ରକାଶ ମହାନ୍ତିଙ୍କୁ ସେହିଜାଗା ଚିହ୍ନଟ ପାଇଁ ନିଦେ୍ର୍ଦଶ ଦେଇଥିଲେ । ହିନେ୍ଦାଳ ବନବିଭାଗକୁ ଏନ୍ଏସି ଚିଠିନଂ ୧୯୧୬/୨୬-୧୨-୨୦୨୪ ଏହି ଜାଗାରେ ଥିବା ଗଛ କଟାପାଇଁ ଜଣାଯାଇଛି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରନିର୍ମାଣ କାର୍ଯ୍ୟାଦେଶ ସହ ସମସ୍ତ ପ୍ରମାଣପତ୍ର ସହ ଜାଗା ଦିଆସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହିନେ୍ଦାଳ ଏନଏସି କର୍ତ୍ତୃପକ୍ଷ  ସମ୍ପୃକ୍ତ ଭୂମିହୀନଙ୍କୁ ନା ଜାଗା ଦେଉଛନ୍ତି ନା ଘର କରିବାକୁ ଅନୁମତି । ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ନ ମିଳିବାରୁ ଗତ ୫/୫/୨୫ରେ ରାଜମୋହନପୁର ଏସଡିଏର ସମସ୍ତ ସଦସ୍ୟ  ହିନେ୍ଦାଳ ଉପଜିଲ୍ଲାପାଳ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଜଣାଇବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ,ରାଜସ୍ୱମନ୍ତ୍ରୀ, ମୁଖ୍ୟଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ବସ୍ତିବାସିନ୍ଦା ମହାସଙ୍ଘର ସଭାନେତ୍ରୀ ମାଳତୀ ନାଏକ, ସମ୍ପାଦିକା ସୁଜାତା ସାହୁ, ସଭ୍ୟା ଅନିତା ସାମଲ, ଝିଲି ସାହୁ, ପମି ସାହୁ, ସବିତା ନାଏକ, ପ୍ରେମମୟୀ ପ୍ରଧାନ, ତାରା ବିଶ୍ୱାଳ, ହାର ସାହୁ, ସରସ୍ୱତୀ ସାହୁ, ପାର୍ବତୀ ସାହୁ, ଚିନ୍ମୟୀ ସାହୁ, ବାସନ୍ତୀ ପ୍ରଧାନ, ଶଶୀ ପ୍ରଧାନ, ସୁଜାତା ସାହୁ, ବନତି ବାରିକ, ବିଜୟ ସାହୁ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ରାଜ୍ୟସରକାର ନ୍ୟାୟପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଆମ ହକ୍ ପାଇଁ ଦରକାର ପଡିଲେ ବିଧାନସଭା ସାମ୍ନାରେ ଧାରଣା ଦେବୁ । ଦେଖିବାକୁ ବାକିରହିଲା କେବେ ରାଜ୍ୟସରକାର ଓ ସ୍ଥାନୀୟ ପ୍ରଶାସନ ଗରିବ ଭୂମିହୀନଙ୍କ ଦୁଃଖ ଦୂର କରୁଛନ୍ତି ।