ଶ୍ରୀକ୍ଷେତ୍ରରେ ବଡ଼ଦାଣ୍ଡକୁ ଜଗିବ AI

ଶ୍ରୀକ୍ଷେତ୍ରରେ ବଡ଼ଦାଣ୍ଡକୁ ଜଗିବ AI

 ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିଛି। ଭକ୍ତଙ୍କ ଗହଳି ନେଇ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ଜାରି କରାଯାଇଛି। ପୁରୀରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏଥିସହ ଏଆଇ ନଜରରେ ରହିବ ପୁରୀ ସହର। ପୁରୀରେ ଚାଲିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି। ଝୁଲିଝୁଲି ଆସୁଛନ୍ତି କାଳିଆ ଠାକୁର। ଘଣ୍ଟନାଦରେ କମ୍ପୁଛି ଶ୍ରୀକ୍ଷେତ୍ର। ସ୍ନାନବେଦୀରେ ବିଜେ ହେବେ ଠାକୁର। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଭକ୍ତିମୟ ଶ୍ରୀକ୍ଷେତ୍ର, ଲୋକାରଣ୍ୟ ହୋଇଛି ବଡ଼ଦାଣ୍ଡ। ଦିବ୍ୟ ସ୍ନାନ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଜମିଛି।