ମଣ୍ଡିରେ ପଡିିଛି ୩୦ହଜାର କ୍ୱିଣ୍ଟାଲ ଧାନ

 ନୂଆପଡା  : ନୂଆପଡା ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିଛି ୩୦ହଜାରରୁ ଊଦ୍ଧ୍ୱର୍ କ୍ୱିଣ୍ଟାଲ ଧାନ । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଖଡ଼ିଆଳ ବ୍ଲକର ବରଗାଁ ମଣ୍ଡିରେ ୧୯୭ ଜଣ ଚାଷୀଙ୍କ ୨୫ ହଜାର ୮ ସହ ୯୬ ବସ୍ତା ଧାନ, ଖୁଦପେଜ ମଣ୍ଡିରେ ୯୭ ଚାଷୀଙ୍କ ୧୨ ହଜାର ୧୬ ବସ୍ତା ଧାନ ଓ ସାନମହେଶ୍ୱର ମଣ୍ଡିରେ ପ୍ରାୟ ୨୦୦ ଜଣ ଚାଷୀଙ୍କ ୨୫ ହଜାର ବସ୍ତା ଧାନ ପଡି ରହିଛି । ବରଗାଁ ମଣ୍ଡିରେ ଚଳିତ ମାସ ୧୮ ତାରିଖ ମଧ୍ୟରେ ୫୦ ଜଣଙ୍କ ପ୍ରାୟ ୨ ହଜାର ବସ୍ତା ଧାନର ଟୋକନ ଲ୍ୟାପ୍ସ ହେବାକୁ ଥିବା ବେଳେ ମଣ୍ଡିରୁ ଧାନ ମିଲରସମାନେ ଧାନ ଉଠାଉ ନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଭାଲେଣି ପଡି ଗଲାଣି । ସେହି ପରି ଖୁଦପେଜ ମଣ୍ଡି ଓ ସାନମହେଶ୍ୱର ମଣ୍ଡିରେ ମଧ୍ୟ ଶତାଧିକ ଚାଷୀ ଟୋକନ  ଲ୍ୟାପ୍ସ ହେବାକୁ ଯାଉଛି । ମିଲରସମାନେ ଦୈନିକ କମ୍ କମ ଧାନ ଉଠାଇ ଥିବାରୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡିରହୁଛି  । ଚାଷୀ ମାନଙ୍କ ସମସ୍ୟାକୁ ସମାଧାନର ଉଦେ୍ଦଶ୍ୟ  ନୂଆପଡା ବିଜେପି ଓବିସିମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ କିଶୋର ଚାଲାନଙ୍କ ନେତୃତ୍ୱରେ ବରଗାଁ ମଣ୍ଡିରେ ପହଞ୍ଚି ଚାଷୀଙ୍କ ଧାନ କେମିତି ଶୀଘ୍ର ବିକ୍ରି ହୋଇପାରିବ ସେଥିପାଇଁ ନୂଆପଡ଼ା ଜିଲ୍ଲାପାଳଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରି ସମାଧାନ କରିଥିଲେ । ଜିଲ୍ଲାପାଳ ମୁଁ ମିଲରସମାନଙ୍କ ସହିତ ତୁରନ୍ତ କଥା ହେଉଛି ଓ ଦରକାର ପଡ଼ିଲେ ଆଉ ଅନ୍ୟ ମିଲରସଙ୍କୁ କହି ଧାନ ଉଠାଇବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଅଜିତ କିଶୋର ଚଳାନ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏହି ଗସ୍ତ ବେଳେ ପ୍ରଦୀପ ନାୟକ, ଲବ ରଣା, ଖିତିରମ୍ ବେହେରା, ଲକ୍ଷ୍ମୀ ନାୟକ, ଶ୍ୟାମ ପଣ୍ଡା ସମେତ ମଣ୍ଡିରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।