ଦିଲ୍ଳୀ ଏମ୍ସରେ ରାହୁଲ ଗାନ୍ଧୀ: ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ

ଦିଲ୍ଳୀ ଏମ୍ସରେ ରାହୁଲ ଗାନ୍ଧୀ: ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ  ଟାର୍ଗେଟ୍ କଲେ

 ଦିଲ୍ଳୀ ଏମ୍ସରେ ରାହୁଲ ଗାନ୍ଧୀ । ଗୁରୁବାର ବିଳମ୍ବିତ ରାତିରେ ହଠାତ ଏମ୍ସରେ ପହଁଚିଥିଲେ କଂଗ୍ରେସ ସାଂସଦ । ରୋଗୀଙ୍କ ନିକଟକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଥିଲେ । କେମିତି ରହିଛି ଚିକିତ୍ସା ବ୍ୟବସ୍ଥା, ସୁବିଧା ଓ ଅସୁବିଧା ସବୁ ବାବଦରେ ପଚାରି ବୁଝିବା ସହ ସର୍ମ୍ପକୀୟଙ୍କୁ ମଧ୍ୟ ଭେଟିଥିଲେ । ହାଡଭଙ୍ଗା ଶୀତରାତିରେ  ରୋଗୀ ଓ ସେମାନଙ୍କ ସର୍ମ୍ପକୀୟଙ୍କୁ ଫୁଟପାଥରେ ଶୋଇଥିବା ଦେଖି ବ୍ୟସ୍ତତା ପ୍ରକାଶ କରିବା ସହ ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ତେବେ ବିରୋଧୀ ଦଳ ନେତାଙ୍କୁ ପାଖରେ ପାଇ ରୋଗୀ ଓ ସର୍ମ୍ପକୀୟମାନେ ମଧ୍ୟ ନିଜ ସମସ୍ୟା ବଖାଣିଥିଲେ ଯାହାକୁ ଶୁଣି ରାହୁଲ ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ଆଗକୁ ଦିଲ୍ଲୀ ନିର୍ବାଚନ । ଏହା ପୂର୍ବରୁ ରାହୁଲ ଜନତାଙ୍କ ନିକଟରେ ପହଁଚି ସୁଖଦୁଖର ସାଥୀ ହେଉଛନ୍ତି । ଯାହାକୁ ବିଜେପି ଭୋଟ ବ୍ୟାଙ୍କ ରାଜନୀତିର ନାଁ ଦେଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ ରାହୁଲ ଜନତାଙ୍କୁ ଭେଟିବାକୁ ଯାଇଛନ୍ତି । ପୂର୍ବରୁ ଦିଲ୍ଲୀ ମାର୍କେଟ, ସ୍କୁଲ, କଲେଜ କ୍ୟାମ୍ପସରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି । ଜନତାଙ୍କ ସହ ସିଧାସଳଖ ଯୋଡି ହେବା ଫାଇଦା ଦଳ ପୂର୍ବର ନିର୍ବାଚନରେ ମଧ୍ୟ ମିଳିଛି ।