ଖୁବଶୀଘ୍ର ଗଠନ ହେବ ଲ-ରିଭିଜନ କମିଶନ: ଆଇନମନ୍ତ୍ରୀ

ଖୁବଶୀଘ୍ର ଗଠନ ହେବ ଲ-ରିଭିଜନ କମିଶନ: ଆଇନମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଖୁବଶୀଘ୍ର ଲ-ରିଭିଜନ କମିଶନ ଗଠନ କରିବାକୁ ଯାଉଛନ୍ତି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ ଅପ୍ରାସଙ୍ଗିକ ଓ ଅଦରକାରୀ ଆଇନର ପରିବର୍ତ୍ତନର ଆବଶ୍ୟକତା ରହିଛି । ତେଣୁ ମାସେ କି ଦେଢ଼ ମାସ ଭିତରେ ଲ-ରିଭିଜନ କମିଶନ ଗଠନ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।