ଭୁବନେଶ୍ୱରରେ ରାହୁଲ ଗାନ୍ଧି 

ଭୁବନେଶ୍ୱରରେ ରାହୁଲ ଗାନ୍ଧି 


ଭୁବନେଶ୍ୱର  ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଁଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବରମୁଣ୍ଡା ପଡିଆରେ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କୁ ବିମାନ ବନ୍ଦରଠାରେ ଭବ୍ୟ ସ୍ୱାଗତ କରାଯାଇଛି । ବିଜେପି ସରକାରକୁ ଆସିବା ପରେ ଏହା ରାହୁଲଙ୍କ ପ୍ରଥମ ଓଡିଶା ଗସ୍ତ । ତେଣୁ କଂଗ୍ରେସ କର୍ମୀମାନେ ଖୁବ୍ ଉତ୍ସାହିତ ଅଛନ୍ତି । ବରମୁଣ୍ଡା ସମ୍ବିଧାନ ବଞ୍ଚାଅ ସମାବେଶକୁ ସମ୍ବୋଧନ କରିବେ ରାହୁଲ । ସାରା ରାଜ୍ୟରୁ ନେତା ଓ କର୍ମୀମାନେ ଆସି ଯୋଗଦେଇଛନ୍ତି । ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବି ପହଁଞ୍ଚିଛନ୍ତି ।