ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ
ଆସିକ: ଆସିକା ଅବକାରୀ ବିଭାଗ ପକ୍ଷରୁ କମାଗଡ଼ ଗାଁ ନିକଟସ୍ଥ ଏକ ଜଙ୍ଗଲ ଭିତରେ ପାଖାପାଖି ୨୫ ଗୋଟି ସ୍ଥାନରେ ବେଆଇନ ଭାବେ ଦେଶୀ ରନ୍ଧା ମଦ ହାଣ୍ଡିକୁ ଭଙ୍ଗା ଯାଇ ଚାରି ହଜାରରୁ ଉର୍ଦ୍ଧ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ । ପଚାଶ ବ୍ୟାରେଲରେ ଗଛିତ ପୋଚକୁ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ଚଢ଼ାଉ ବେଳେ ଡେପୁଟି ସୁପେର ଟେଣ୍ଟ ଏକ୍ସ ସାଇଜ ସ୍ୱାଧୀନ ସାହୁ, ଆସିକା ରେଞ୍ଜ ଇନ୍ସପେକ୍ଟର ଡ଼ମ୍ବୁରୁ ଧର ହରିଜନ, ଆସିକା ସବ ଇନ୍ସପେକ୍ଟର ରାକେଶ ଖୁଣ୍ଟିଆଙ୍କ ସମେତ ତିନୋଟି ଟିମ୍ ଗଠନ ହୋଇ ଥିବା ବେଳେ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି ।