ମନ୍ଦିର ଓ କୋଶଳ କଳାମଣ୍ଡଳ ଉନ୍ନତିକରଣ କରିବାକୁ ଦାବି
ବଲାଙ୍ଗିର: ଦେବାଳୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତଥା ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି । ବଲାଙ୍ଗିର ଜିଲ୍ଲାର ପାଟଣା ରାଜ୍ୟର ଇଷ୍ଟଦେବୀ ପାଟଣେଶ୍ୱରୀ, ମା’ସମଲେଶ୍ୱରୀ, ଗୋପାଳଜୀ ମନ୍ଦିର, କୋଶଳ କଳାମଣ୍ଡପର ଉନ୍ନତିକରଣ ପାଇଁ ଗତ ଜାନୁୟାରୀ ୩.୧.୨୦୨୪ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିିତିିପ୍ରସ୍ତର ସ୍ଥାପନ ହୋଇ ଉଦ୍ଘାଟନ ହୋଇଥିଲା । ମା’ ପାଟଣେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ପ୍ରକଳ୍ପ ଅଟକଳ ୧ କୋଟି ୧୨ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ବେଳେ ଭକ୍ତ ଓ ଲୋକଙ୍କ ଦାବିରେ ପ୍ରଶାସନ ଡିପଆର ପ୍ରସ୍ତୁତ କରି ମା’ ପାଟଣେଶ୍ୱରୀ ମନ୍ଦିରରେ ଯଜ୍ଞ ମଣ୍ଡପ, ରୋଷେଇ ଶାଳା, ଭୋଗ ମଣ୍ଡପ, ସେବାୟତ ଙ୍କ ପାଇଁ ବିଶ୍ରାମଗାର ଏବଂ ସୋ÷÷ନ୍ଦର୍ଯ୍ୟକରଣ ଓ ପରିକ୍ରମା ପ୍ରକଳ୍ପ ସାମିଲ କରଯାଇଥିଲା । ଶିଳାନ୍ୟାଶ କରିବାର କିଛି ଦିନ ପରେ ଗତ ୯ ଜାନୁୟାରୀ ୨୦୨୪ ଦେବୋତ୍ତର ବିଭାଗ ଓ ପୂର୍ତ୍ତବିଭାଗ କାର୍ଯ୍ୟ ଆରମ୍ଭ କରିଥିଲେ । ମା’ସମଲେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ୨ କୋଟି ୭୫ ଲକ୍ଷ ଟଙ୍କା ମନ୍ଦିରର ଉନ୍ନତିକରଣ ପାଇଁ ମଞ୍ଜୁର ହୋଇଥିଲା ଏବଂ ଗୋପାଳଜୀ ମନ୍ଦିର ପାଇଁ ୫ କୋଟି ୭୦ ଲକ୍ଷ ୭୨ ହଜାର ଟଙ୍କା ଅନୁଦାନ କାର୍ଯ୍ୟ ଶେଷ ତାରିଖ ଥିଲା ୭.୭.୨୦୨୪ ରିଖ କାର୍ଯ୍ୟ ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା ଏବଂ ଐତିହାସିକ କୋଶଳ କଳା ମଣ୍ଡଳ ଉନ୍ନତିକରଣ ପାଇଁ ୩ କୋଟି ୭୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । ଏହାର କାର୍ଯ୍ୟ କରିବା ପାଇଁ ନିର୍ମାଣ ସଂସ୍ଥା ପି.ସି.ଏମ୍ ଇନଫ୍ରା ପ୍ରୋଜେକ୍ଟ ନିର୍ମାଣ କରିବା ପାଇଁ ଓଡିଶା ସରକାର ହସ୍ତାନ୍ତର କରିଥିବା ବେଳେ ଏବେ ୨୦୨୫କୁ ଦେଖିବାକୁ ଗଲେ ଏକ ବର୍ଷ ବିତିଗଲା ଅଧାପନ୍ତରିଆ ହୋଇ ମନ୍ଦିର କାର୍ଯ୍ୟ ଅସଂପୂର୍ଣ୍ଣ ହୋଇ ପଡିଥିବାରୁ ଦେବାଳୟ ସୁରକ୍ଷା କମିଟି ଓ ଜନ ସାଧାରଣ ଏବଂ ଭକ୍ତ କିଭଳି କାର୍ଯ୍ୟକାରି ହେବ ତାହା ପ୍ରଶାସନକୁ ଦାବି କରିଛନ୍ତି । ମା’ପାଟଣେଶ୍ୱରୀ ମନ୍ଦିର ଉନ୍ନତି କରଣ ପାଇଁ ୧.୫.୨୦୨୪ ସୁଦ୍ଧା କାର୍ଯ୍ୟ ଶେଷ ହେବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଓ କୋଟି ୧୨ ଲକ୍ଷ ଟଙ୍କାରେ କେବଳ ମୁଖ୍ୟ ଦ୍ୱାରା ନିର୍ମାଣ ହୋଇ ନିର୍ମାଣ ·ଲିଛି । ମା’ପାଟଣ୍ଡେବରୀ ଗମ୍ଭିରା ଘର ଫାଟ ସୃଷ୍ଟି ଦେଖାଦେଇଥିବା ବେଳେ ମାଁଙ୍କ ପ୍ରତିମୃର୍ତ୍ତି ତଳେ ମାଟି ବାହାରୁଛି । ଏହା ଶୁଭ ସଙ୍କେତ ଶୋଭା ପଉନି ଏଣୁ ଏହାର ମାରାମତି ପାଇଁ ଦାବି । ମା’ସମଲେଶ୍ୱର ମନ୍ଦିର ୨୦୨୧ ମସିହାରେ ଭୁଷୁଡି ପଡିଥିବା ବେଳେ ଦେବାଳୟ ସୁରକ୍ଷା କମିଟି ମନ୍ଦିର ଉନ୍ନତି ସକାଶେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ଧ୍ୟାନ ଦେଉନି କାରଣ ପାଶ୍ୱର୍ ଦେବାଦେବୀ ମଧ୍ୟରୁ ନବଦୁର୍ଗା ମୂର୍ତ୍ତିର ଶୈଳପୁତ୍ରିକା ପ୍ରତିମୁର୍ତ୍ତି ଭାଙ୍ଗି ଯାଇଥିବାରୁ ତାହା ଶୁଭ ସଙ୍କେତ ନୁହେଁ ଏବଂ ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଆସି କେବଳ ଛାତ ଢଲାଇ କରି କାର୍ଯ୍ୟ ଠପ୍ ହୋଇଯାଇଛି । ମନ୍ଦିର ଗୁମୁଜ ଫାଟ ସୃଷ୍ଟି ହୋଇଥିବା ବେଳେ ବର୍ଷାପାଣି ପ୍ରବେଶ ହେଉଛି ଏବଂ ମନ୍ଦିରର ସୁନ୍ଦର୍ଯ୍ୟକରଣ ପାଇଁ ଏ ଯାଏଁ ମନ୍ଦିରର ଜାଗା ଚିହ୍ନଟ ହୋଇପାରୁ ନାହିଁ ଜବର ଦଖଲ ଉଚ୍ଛେଦ ହୋଇ ମନ୍ଦିର ନିର୍ମାଣ କାର୍ଯ୍ୟ ହେଉ । ଦେବାଳୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଭାବେ ପ୍ରଦାନ କରିଛନ୍ତି ସଭାପତି ଜୟକୃଷ୍ଣ ମିଶ୍ର, ଉପ-ସଭାପତି ପ୍ରଶାନ୍ତ ମହାକୁର, ସଂପାଦକ ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ, ରିଣ୍ଟୁ ସାହୁ ଏବଂ ମନୋରଂଜନ ପୁରୋହିତ ଦାବି ଉପସ୍ଥାପନ କରିଛନ୍ତି ।