ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର


ାା ପ୍ରଭାନୁ୍ୟଜ୍ ।ା ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ ରାସୋଳ ଥାନା କାରନ୍ଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ଗ୍ରାମବାସୀଙ୍କ ଦ୍ୱାରା ୧୦୮ ଆମ୍ବୁଲାନ୍ସରେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ବେଳେ ରାସୋଳ ପୋଲିସ । ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣକ ହେଲେ  କାରନ୍ଦା ଗ୍ରାମର ଶିବରାମ ସାହୁ, ବୟସ ୫୮ବର୍ଷ ଓ ଆଜି ସକାଳେ ଚାଷ ଜମିକୁ ଯାଇଥିଲେ ଓ ବଡପଶି ଅଞ୍ଚଳରେ ଥିବା ଚାଷ ଜମିରେ ତାଙ୍କର ମୃତ ଦେହ ପଡିଥିଲା । ଗ୍ରାମର  ଗାଇଚାରାଳି ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଏବଂ ପରିବାର ଲୋକ  ଘଟଣାସ୍ଥଳରେ ପହଞ୍ଚି ଶିବରାମକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଇଯାଇଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶିବରାମଙ୍କ ଦେହରୁ ଅଧିକାଂଶ ଅଂଶ ପୋଡି ଚମଡା ଛାଡିଥିବା ବେଳେ ମୁଣ୍ଡ ଫାଟି ରକ୍ତ ବୋହିବା ସହ ଆଖିରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ଶିବରାମଙ୍କ ମୃତୁ୍ୟ ବିଦୁ୍ୟତ ଆଘାତରେ ହୋଇଥିବାର ସନେ୍ଦହ କରାଯାଉଛି । ରାସୋଳ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ହିନେ୍ଦାଳ ମେଡିକାଲକୁ ପଠାଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ।