ସର୍ପାଘାତରେ ଯୁବକ ମୃତ
ବଡ଼ଚଣା : ଶନିବାର ପୂର୍ବାହ୍ନରେ ସର୍ପାଘାତରେ ବଡ଼ଚଣା ବ୍ଲକ ଧାନମଣ୍ଡଳ ଗ୍ରାମର ଜଣେ ଯୁବକଙ୍କ ମୃତୁ୍ୟଘଟିଛି । ମୃତକ ଖଗେଶ୍ୱର ନାଏକଙ୍କ ପୁତ୍ର ଧନେଶ୍ୱର (୨୭)ହୋଇଥିବା ବେଳେ ଚଣ୍ଡିଖୋଲ ମେଟ୍ରୋ ଇଣ୍ଡଷ୍ଟ୍ରି ପାଖରେ ଘାସ କାଟୁଥିବା ଅବସ୍ଥାରେ ବିଷଧର ସାପ ଦଂଶନ କରିଥିଲା । ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ଲୋକେ ଗୁରୁତର ଅବସ୍ଥାରେ ଧନେଶ୍ୱରଙ୍କୁ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଧାନମଣ୍ଡଳ ପୁଲିସ ପହଁଚି ଶବକୁ ଜବଦକରିବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇଥିଲେ । ଧନେଶ୍ୱରଙ୍କ ମୃତୁ୍ୟରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା ।