ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସରିଲା ସବୁ ସୁଡ଼ଙ୍ଗ କାମ


 ଭୁବନେଶ୍ୱର : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପୂର୍ଣ୍ଣାଙ୍ଗ ସ୍ୱପ୍ନ ଆଉ ଦି ପାଦ ଆଗେଇଛି  । ଏହି ରେଳ ପ୍ରକଳ୍ପରେ ଥିବା ସାତୋଟି ସୁଡ଼ଙ୍ଗ କାର୍ଯ୍ୟ ଶେଷ ହୋଇଛି  । ଗତ ମେ’ ୩୦ରେ ସୁଡ଼ଙ୍ଗ ଟି-୨ର ସମାପ୍ତ ସହ ଏହି କାର୍ଯ୍ୟ ସରିଛି  ।  ଦଶପଲ୍ଲା ଏବଂ ପୁରୁଣା କଟକ ମଧ୍ୟରେ ୭୫ କିଲୋମିଟର ଦୈର୍ଘ୍ୟ ନିର୍ମାଣାଧୀନ ରେଳମାର୍ଗରେ ୭ଟି ସୁଡ଼ଙ୍ଗ କରାଯାଇଥିଲା  । ନୟାଗଡ଼ ଜିଲ୍ଲାରେ ତିନୋଟି ସୁଡ଼ଙ୍ଗ ହୋଇଥିବାବେଳେ ବୌଦ୍ଧରେ ଜିଲ୍ଲାରେ ୪ଟି ସୁଡ଼ଙ୍ଗ ହୋଇଛି  ।
ସୂଚନାଯୋଗ୍ୟଯେ, ଖୋର୍ଦ୍ଧାରୁ ଦଶପଲ୍ଲା ୧୦୬ କିଳୋମିଟର ଓ ପୁରୁଣାକଟକରୁ ଆଢ଼େନିଗଡ଼ ପର୍ଯ୍ୟନ୍ତ ୧୨୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ପୂର୍ବରୁ କାର୍ଯର୍୍ୟକ୍ଷମ ହୋଇସାରିଛି  । ଏବେ ପୁରୁଣା କଟକରୁ ଆଢ଼େଣିଗଡ଼ ପର୍ଯ୍ୟନ୍ତ ୭୫ କିମି ରାସ୍ତା କାମ ଚାଲିଛି  ।