ଥାନା ପରିସରରେ ବୃକ୍ଷ ରୋପଣ

 ତେନ୍ତୁଳିଖୁଣ୍ଟି  : ସ୍ଥାନୀୟ ଥାନା ପରିସରରେ ହନୁମାନ ମନ୍ଦିର କମିଟି ସଦସ୍ୟ ଓ ପୁଲିସ ମିଳିତ ଭାବେ ବିଭିନ୍ନ ଔଷଧୀୟ ଓ ବିଭିନ୍ନ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଛି ଥାନା ପରିସରକୁ ସୁନ୍ଦର ଏବଂ ସ୍ୱାସ୍ଥ୍ୟ କର ପରିବେଶ ସୃଷ୍ଟି କରିବାର ଏହା ଏକ ପ୍ରୟାସ ବୋଲି ଥାନାଧିକାରୀ ପ୍ରଣବ ଟୁଡୁ କହିଛନ୍ତି ଏବଂ ଆଗାମୀ ଦିନରେ ଆହୁରି ଅଧିକ ମୂଲ୍ୟବାନ  ବୃକ୍ଷ ଲଗାଯିବ ବୋଲି କହିଛନ୍ତି  । ଏଥିରେ ହନୁମାନ ମନ୍ଦିର କମିଟି ସଦସ୍ୟ ବାରିଜ ପଟ୍ଟନାୟକ ,ତୁଷାର ଗୂରୁ, ପିଙ୍କୁ ସାହୁ ଟୁନା ଷଡ଼ଙ୍ଗୀ ଚପଳ ନାୟକ ବ, ପୋଲା ରାଓଙ୍କ ସମେତ ଥାନାଧିକାରୀ ପ୍ରଣବ ଟୁଡୁ, ଭାରତ ମାଝୀ ଭଗତ ସୌରା ପ୍ରମୁଖ ଉପସ୍ଥିତ ଥିଲେ  ।