ଅଦିନିଆ ବର୍ଷାରେ ଚାଷୀ ହନ୍ତସନ୍ତ
ବୈଶିଙ୍ଗା : ପୁରୁଣା ପ୍ରଚଳିତ କଥା ଅନୁଯାଇ "ଯଦି ବରଷେ ମାଘର ଶେଷ, ଧନ୍ୟ ସେ ରାଜା ଧନ୍ୟ ସେ ଦେଶ "ଖରିଫ୍ ଧାନ ଚାଷ ପାଇଁ ଏହା ପ୍ରଜୁଜ୍ୟ ଥିଲା । ଦେଶୀ ଲଙ୍ଗଳରେ ବିଲକୁ ବାରମ୍ବାର ହଳ କରି ଜମିକୁ ବେଉଷଣ କରିବା ଦ୍ୱାରା ଫସଲ ଭଲ ହୋଇଥାଏ । ଏବେ ରବି ପରିବା ଚାଷ ବୈଶିଙ୍ଗା ନିକଟସ୍ଥ ବୁଢାବଳଙ୍ଗ ଉଭୟ ପଠାରେ ହେଉଥିବାର ଦେଖିବାକୁ ମିଳୁଛି । ଏଥସହିତ ମଛପଦା, ରାଇକମା, ରଙ୍ଗଡ଼ା, ଅଁଳା, କଦଳିଆ ଅଞ୍ଚଳରେ ଥାଇଲାଣ୍ଡ ତରଭୁଜ ବିଭିନ୍ନ ଭେରାଇଟିର ଚାଷ କରାଯାଉଛି । ଚାରି ଦିନ ଧରି ଲାଗି ରହିଥିବା ଏହି ଅଦିନିଆ ବର୍ଷା ଓ କୁଆପଥର ମାଡ ପାଇଁ ପରିବା ଚାଷୀ ହତାଶ ହୋଇପଡିଛନ୍ତି । ବନ୍ଧାକୋବି, ଫୁଲକୋବି, କାକୁଡି, କଲରା, ଜହ୍ନି ଆଦି ପନିପରିବା ସହିତ ଶହ ଶହ ଏକର ତରଭୁଜ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାର ଜଣାଯାଇଛି ।