ସମ୍ବଲପୁରୀ ଭାଷାକୁ ସମ୍ବିଧାନରେ ସାମିଲ କରିବାକୁ ଦାବି
ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଏଗାରଟି ଜିଲ୍ଲାରେ ସମ୍ବଲପୁରୀ ଭାଷାରେ ପ୍ରାଥମିକ ଶିକ୍ଷାଦାନର ବ୍ୟବସ୍ଥା ଏବଂ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ସଂଗ୍ରାମୀ ଭବନ ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ଉସôବରେ ସମ୍ବଲପୁରୀ ଭାଷା ସାହିତ୍ୟର ଇତିହାସ, ବର୍ତ୍ତମାନର ସ୍ଥିତି ଓ ଆଗାମୀ ସମ୍ଭାବନା ଉପରେ ଆଲୋଚନା ବେଳେ ଏହି ଦାବି କରାଯାଇଛି । ରାମାନୁଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଅର୍ଜ୍ଜୁନ ରଞ୍ଜନ ପଣ୍ଡା କହିଲେ ଯେ, ମାତୃଭାଷାରେ ଶିକ୍ଷାରମ୍ଭ ନ ହେଲେ ଶିଶୁର ସମ୍ପୂର୍ଣ୍ଣ ବିକାଶ ସମ୍ଭବପର ନୁହେଁ । ଏହା ବିଜ୍ଞାନ ସମ୍ମତ ହୋଇଥିବାରୁ ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଭାଷାରେ ପ୍ରାଥମିକ ଶିକ୍ଷାଦାନର ବ୍ୟବସ୍ଥା ହେବା ଆବଶ୍ୟକ । ଓଡ଼ିଶାର ଦେଢ଼ କୋଟି ଲୋକଙ୍କ ଭାଷାର ଦାୟିତ୍ୱ ସରକାରଙ୍କ ଉପରେ ରହିଛି । ସଂରକ୍ଷଣ ଓ ପ୍ରୋସôାହନ ସହିତ ସମ୍ବଲପୁରୀ ଭାଷା ସାହିତ୍ୟ ସରକାର ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ସଭାରେ ମତ ପ୍ରକାଶ ପାଇଥିଲା ।ଡ଼. ପରେଶ ଚନ୍ଦ୍ର ଦାନୀ, ଦୀପକ କୁମାର ପଣ୍ଡା, ଅଶୋକ ମିଶ୍ର, ସୂର୍ଯ୍ୟ ପାଣିଗ୍ରାହୀ, ସନତ ସାହୁ , ଲଳିତ ବେବର୍ତ୍ତା, କମଳ ଲୋଚନ ପଣ୍ଡା, କଳ୍ପନା ମିଶ୍ର, ଅଖିଳ ପଟ୍ଟନାୟକ, ଦିଲ୍ଲୀପ କୁମାର ପୃଷ୍ଟି, ଦୀନବନ୍ଧୁ ପଣ୍ଡା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।