ଜିଲ୍ଲା ମହୋତ୍ସବ ପ୍ରସ୍ତୁତି ବୈଠକ

 ଯାଜପୁର ଟାଉନ: ଯାଜପୁର ଜିଲା ମହୋସôବ ଯଯାତି ଫେବୃଆରୀ ମାସ ୮ତାରିଖ ଠାରୁ ୧୨ତାରିଖ ପର୍ଯ୍ୟନ୍ତ କୁସୁମା ସମ୍ମୁଖ ପଡିଆଠାରେ ଅନୁଷ୍ଠିତ ହେବ । ସୋମବାର ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜିଲ୍ଲା ମହୋସôବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ମହୋସôବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜିଲ୍ଲା ମହୋସôବ ଓ ପଲିଶ୍ରୀ ମେଳା ଫେବୃୟାରୀ ୮ତାରିଖରୁ ଫେବୃୟାରୀ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଫେବୃୟାରୀ ୮ତାରିଖ ସନ୍ଧ୍ୟାରେ ଜିଲ୍ଲା ମହୋସôବକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବା ନିମନ୍ତେ ପ୍ରସ୍ତାବ କରାଯାଇଛି ବୋଲି ସୂଚନା ଦେଇଥିଲେ । ଜିଲ୍ଲା ମହୋସôବର ଆୟୋଜନ ପାଇଁ ସବ୍ କମିଟି କରାଯାଇଛି । ସବ୍ କମିଟି ଗୁଡିକ ସରକାରୀ ପଦାଧିକାରୀ, ଯାଜପୁରର ବୁଦ୍ଧିଜୀବୀ, ଶିକ୍ଷାବିତ୍,ରାଜନୀତିଜ୍ଞ, ଖବରଦାତାମାନଙ୍କୁ ନେଇ ଗଠନ କରାଯାଇଛି । ଯାଜପୁର ମହୋସôବକୁ ଆସିଥିବା ସମସ୍ତ ଲୋକମାନେ ପଲ୍ଲୀଶ୍ରୀ ମେଳା, ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ସୁନ୍ଦର ଅଭିଜ୍ଞତା ନେଇ ଘରକୁ ଫେରିବେ ବୋଲି ଜିଲାପାଳ ମତବ୍ୟକ୍ତ କରିଥିଲେ । 
ଜିଲା ମହୋସôବରେ ବଲିଉଡର ଗାୟକ, ଗାୟିକା, ରାଜ୍ୟର ସୁନାମଧନ୍ୟ ଗାୟକ, ଗାୟିକା, ରାଜ୍ୟ ବାହାର ସୁନାମ ଧନ୍ୟ ସାଂସ୍କୃତିକ ଦଳ ଓ ବିଭିନ୍ନ ଜିଲ୍ଲାର ଶ୍ରେଷ୍ଠ ସାଂସ୍କୃତିକ ଦଳ, ଯାଜପୁର ଜିଲ୍ଲାର ଶ୍ରେଷ୍ଠ ସାଂସ୍କୃତିକ ଦଳ ଗୁଡିକ ମହୋସôବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପ-ଜିଲାପାଳ ଅଂଶୁମାନ ଶତପଥୀ ପ୍ରମୁଖ ଯୋଗଦେଇ ମହୋସôବର ରୂପରେଖ ନେଇ ଆଲୋକପାତ କରିଥିଲେ ।ଏଥିରେ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ, ବରିଷ୍ଠ ନାଗରିକ, ଶିକ୍ଷାବିତ୍, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।