ଏଥର୍ ଏନର୍ଜି ପକ୍ଷରୁ ନୂତନ ସ୍କୁଟର ଇଏଲ ଉନ୍ମୋଚିତ
ଭୁବନେଶ୍ୱର : ଭାରତର ଅଗ୍ରଣୀ ଇଲେକ୍ଟ୍ରିକ ଦୁଇଚକିଆ ଯାନ ନିର୍ମାତା ଏଥର୍ ଏନର୍ଜି ପକ୍ଷରୁ ଏଥର କମୁ୍ୟନିଟି ଡେ ୨୦୨୫ର ୩ୟ ସଂସ୍କରଣରେ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦ ଓ ଟେକ୍ନୋଲୋଜି ବିକାଶର ଏକ ନୂତନ ସ୍କୁଟର ଇଏଲ ଉନ୍ମୋଚିତ । ଏଥର୍ ପକ୍ଷରୁ ଏହାର ବହୁପ୍ରତିକ୍ଷୀତ ଅଲ୍ନୁ୍ୟ ଇଏଲ୍ ପ୍ଲାଟଫର୍ମ-୪୫୦ ଏହାର ପ୍ରଥମ ଭେଇକିଲ ଆର୍କିଟେକ୍ଚର୍ ଉନ୍ମୋଚନ କରିଛି । ଏଥର୍ ପକ୍ଷରୁ ଏଥରଷ୍ଟାକଟିଏମ ୭.୦ର ମଧ୍ୟ ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଏକାଧିକ ନୂଆ ଫିଚର ସହିତ ସ୍କୁଟରଗୁଡିକ ସହ ଯୋଗାଯୋଗର ଏକ ନୂଆ ମାଧ୍ୟମ ଭାବେ ଭଏସକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାବ୍ୟତୀତ ଏଥର୍ ପକ୍ଷରୁ ଏହାର ନେକ୍ସଟ-ଜେନେରେଶନ ଫାଷ୍ଟ୍ ଚାର୍ଜରର ଘୋଷଣା କରାଯାଇଛି ଯାହା ବର୍ତମାନର ଉତ୍ପାଦ ଶୃଙ୍ଖଳାରେ ଅପ୍ଡେଟ ପ୍ରଦାନ କରିବା ସହିତ ଇଭି ମାଲିକଙ୍କ ପାଇଁ ଶୀଘ୍ର ଚାର୍ଜିଙ୍ଗକୁ ସକ୍ଷମ କରୁଛି । ଏସମ୍ପର୍କରେ ଏଥର ଏନର୍ଜିର ସହ-ପ୍ରତିଷ୍ଠାତା ଓ ସିଇଓ ତରୁଣ ମେହତା କହିଛନ୍ତି, “ଇଏଲ ପ୍ଲାଟଫର୍ମ ସହିତ ଆମେ ଏଥରର ପରବର୍ତୀ ପର୍ଯ୍ୟାୟର ଅଭିବୃଦ୍ଧି ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛୁ । ଏହି ନୂତନ ସେଗମେଣ୍ଟର ଇ ଯାନ ଯାହା ଗ୍ରାହକକୁ ଅଧିକ ଦକ୍ଷତା ସହ ବ୍ୟାପକ ସ୍ତରରେ ଏକାଧିକ ପ୍ରକାରର ସ୍କୁଟର ବିକଶିତ କରିବାକୁ ସକ୍ଷମ ବୋଲି କହିଛନ୍ତି ।