ସୁବର୍ଣ୍ଣପୁରରେ ପ୍ରବଳ ବର୍ଷା

ସୁବର୍ଣ୍ଣପୁରରେ ପ୍ରବଳ ବର୍ଷା

ସୁବର୍ଣ୍ଣପୁର ବିନିକାରେ ପ୍ରବଳ ବର୍ଷା । ପ୍ରବଳରୁ ଅତିପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ମଧ୍ୟ ବୋହିବାରେ ଲାଗିଛି । ବର୍ଷା ଓ ପବନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯାଇଥିବା ସୂଚନା । ଶିଶୁ ମନ୍ଦିର ରାସ୍ତାରେ ଉପୁଡ଼ିଲା ୫ଟି ବିଦ୍ୟୁତ ଖୁଣ୍ଟ । ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ସହ ଲୋକଙ୍କ ଗମନାଗମନ ବାଧାପ୍ରାପ୍ତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଲଗାଣ ବର୍ଷା ଚାଲୁ ରହିଥିବାବେଳେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ।