ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଅବଢ଼ା ବଣ୍ଟନ

 ତାଳଚେର  :  ତାଳଚେର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସତ୍ୟ ସନାତନୀ ସଂଗଠନ ପକ୍ଷରୁ ପବିତ୍ର ଘୋଷଯାତ୍ରା ଅବସରରେ ତାଳଚେର ବଡ଼ଦାଣ୍ଡ ଠାରେ ଭକ୍ତଙ୍କୁ ଅବଢ଼ÿା ବଣ୍ଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାଣ ପାଣି, ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ, ସମାଜସେବୀ ବିଭୂତି ସାହୁ, ନାରୀନେତ୍ରୀ ଯଶ୍ମିନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ଅବଢ଼ÿା ବଂଟନ କରିବା ସହିତ ସଂଗଠନର ବ୍ୟକ୍ତି ବିଶେଷମାନଙ୍କୁ ଏଥିନେଇ ଉତ୍ସାହିତ କରିଥିଲେ । ସଂଘର ସଭାପତି ପଦ୍ମନ ଜେନା, ସମ୍ପାଦକ କୃତିସୁନ୍ଦର ମହାରଣା, ଗୋ ସେବକ ସଞ୍ଜୟ ମହାପାତ୍ର, କ୍ଷେତ୍ରବାସୀ ନାୟକ, କାଉନସିଲର୍ ସନ୍ତୋଷ ବେହେରା, ସନ୍ତୋଷ ସାହୁ, ସୁବାଷିନୀ ବେହେରା, ସରୋଜ ମହାନ୍ତ, ଦେବାଶିଷ ବିଶି, ପ୍ରତିମା ମିଶ୍ର, ସୁଭାସିନୀ ମହାପାତ୍ର, ଉର୍ମିଳା ଦେହୁରୀ, ବରିଷ୍ଟ ଆଇନଜୀବୀ ଉଚ୍ଛନ୍ନ ପଟ୍ଟନାୟକ, ଅମରେଶ ମିଶ୍ର ପ୍ରମୁଖ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।