ଆଇଟି ରିଟର୍ଣ୍ଣ ପାଇଁ କଟିଲା ରାସନକାର୍ଡ!
ଗୋପ : ପୁରୀ ଜିଲ୍ଲାରେ ସଦାସର୍ବଦା ଚର୍ଚ୍ଚିତ ବ୍ଲକ ହେଉଛି ଗୋପ ବ୍ଲକ । ଏହା ଦୁର୍ନୀତି ପେଣ୍ଠସ୍ଥଳୀ ମଧ୍ୟ କୁହାଯାଏ କାହିଁକି ନା ଏଠାରେ କାର୍ଯ୍ୟରତ ଅଧିକାରୀ ଓ ଅଧିକାରିଣୀ ବର୍ଷ ବର୍ଷଧରି ଗୋଟିଏ ସ୍ଥାନରେ ରହି ନିଜର ଆଧିପତ୍ୟ ବସ୍ତାର କରୁଛନ୍ତି । ସ୍ଥାନୀୟ ରାଜନେତା ଓ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଛତ୍ରଛାୟା ତାଳେ ରହି ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିବାରେ ମାହିର ଅଟନ୍ତି । ଗୋପ ବ୍ଲକରେ ଦେଖିବାକୁ ମିଳିଥଲା ନାହିଁ ନଥିବା ଭିଡ଼ । ଏ ଭିଡ଼ ସମ୍ପର୍କରେ ଆମ ପ୍ରତିନିଧି ଅନୁସନ୍ଧାନରୁ ଜାଣିବାକୁ ପାଇଲେ ଯେ, ରାସନ କାର୍ଡଧାରୀଙ୍କ ଭିଡ ଲାଗିଛି । ସ୍ଥାନୀୟ ଯୋଗାଣ ବିଭାଗୀୟ ଅଧିକାରିଣୀ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡି ଲାଗିଛି । ଘଟଣା ଟି ହେଉଛି ଯେଉଁମାନେ ପୂର୍ବରୁ ରାସନ କାର୍ଡର ସୁବିଧା ପାଇଥିଲେ ସେମାନଙ୍କ ମଧ୍ୟରୁ ୧୧ ସହରୁ ଅଧିକ ବ୍ୟକ୍ତିଙ୍କ ନାମରେ ଆଇଟି ରିଟର୍ଣ୍ଣ ଭରିଥିବା ତଥ୍ୟ ବ୍ଲକ୍ ପ୍ରଶାସନକୁ ହସ୍ତଗତ ହୋଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୪ ସହ ଜଣ ବ୍ୟକ୍ତିଙ୍କୁ ଗୋପ ବ୍ଲକ ପ୍ରଶାସନ ପକ୍ଷରୁ ନୋଟିସ ପଠାଯାଇଛି । ପର୍ଯ୍ୟାୟ କ୍ରମେ କାର୍ଯ୍ୟାଳୟରେ ସେମାନେ ଉପସ୍ଥିତ ହେବାକୁ ନୋଟିସରେ ଦର୍ଶାଯାଇଛି । ଅବଶିଷ୍ଟ ୬ ସହରୁ ଅଧିକ ବ୍ୟକ୍ତିଙ୍କୁ ନୋଟିସ ଜାରି ହୋଇନାହିଁ କାରଣ ବିଡିଓଙ୍କ ସ୍ୱାକ୍ଷର ହୋଇନାହିଁ । ଯେଉଁମାନେ ନୋଟିସ ପାଇଛନ୍ତି ସେମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଡିଓଙ୍କ ଅନୁପସ୍ଥିତ ଯୋଗୁଁ ହିତାଧିକାରୀ ଯୋଗାଣ ବିଭାଗ ଅଧିକାରିଣୀଙ୍କ କାର୍ଯ୍ୟାଳୟ ଓ ଅତିରିକ୍ତ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଦରଖାସ୍ତ ହାତରେ ଧରି ଅଭିଯୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଭିଡ଼ରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେକ ମତ ଦୋକାନ କରିବା ପାଇଁ ବ୍ୟାଙ୍କ ଠାରୁ ଋଣ ଆଣିବା ପାଇଁ ଦରଖାସ୍ତ ଦେଇଥିଲୁ । ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ତୁମେ ୬ ମାସର ଆଇଟି ରିଟର୍ଣ୍ଣ ଭରିବାକୁ ପଡିବ ତେବେ ଯାଇ ତୁମ ଋଣ ଗୃହୀତ ହେବ । ଋଣ ପାଇବା ଆଶାରେ ରୋଜଗାର ନ ଥାଉ ପଛେ ଆଇଟି ରିଟର୍ଣ୍ଣ ଶୋ କରିଥିଲୁ ତା ସତ୍ତ୍ୱେ ଆମକୁ ବ୍ୟାଙ୍କ ଋଣ ଦେଇନାହାନ୍ତି । କିନ୍ତୁ ଏବେବି ଆମ ଘରକୁ ଏକ ନୋଟିସ ଦେବଫଳରେ ଆମେ ବିଚଳିତ ଅବସ୍ଥାରେ ରହିଛି । ଯେଉଁମାନେ ପ୍ରତିବର୍ଷ ଆଇଟି ରିଟର୍ଣ୍ଣ ଭରୁଥିବେ ତାଙ୍କର ରୋଜଗାର ଥିବା ଟଙ୍କାରୁ କଟୁ କିନ୍ତୁ ସେମାନେ ଦାରିଦ୍ର ସୀମାରେଖା ତାଳେ ବସବାସ କରୁଛନ୍ତି ତେଣୁ ଆମର କାହିଁକି ରାସନ କାଟିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ବିଡିଓ ନଥିବା ହେତୁ ଅତିରିକ୍ତ ବିଡିଓଙ୍କ ଠାରୁ ଦେଖାସ୍ତ ସ୍ୱାକ୍ଷର କାରଇ ଯୋଗାଣ ଅଧିକାରିଣୀଙ୍କ କାର୍ଯ୍ୟାଳୟରେ ଦେବାକୁ ପଡିଛି । ଯଦିଓ ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ସମୟ ଅଛି ବୋଲି ଯୋଗାଣ ବିଭାଗ ଅଧିକାରିଣୀ କହୁଛନ୍ତି, କିନ୍ତୁ ନୋଟିସରେ ତାହା ଲେଖା ଯାଇନାହିଁ । ଯାହାଫଳରେ କି ରୁଦ୍ରତାପରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏଭଳି ସମସ୍ୟାର ସାଧାରଣ କ୍ଷେତ୍ରରେ ଜିଲ୍ଲାର ମୁଖ୍ୟ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କାରଣ ଗୋପ ବ୍ଲକରେ ଥିବା ପ୍ରମୁଖ ଅଧିକାରୀ ଓ ଅଧିକାରିଣୀ କାର୍ଯ୍ୟ ଦକ୍ଷତାକୁ ନେଇ ଆଶଙ୍କାରେ ସମଗ୍ର ଗୋପ ବ୍ଲକ ବାସୀ । କେବେ ହେବ ସମସ୍ୟାର ସମାଧାନସମସ୍ତେ ଅପେକ୍ଷାରେ ।