ଗଁଦିଆ ବ୍ଲକ ପିଙ୍ଗୁଆରେ ଡାଇରିଆ ନେଲା ଜୀବନ

 ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ ଡାଇରିଆରେ ଯାଇଛି ଜଣଙ୍କ ଜୀବନ  । ମୃତକ ଜଣକ ହେଲେ ପିଙ୍ଗୁଆ ଗ୍ରାମର ଉପେନ୍ଦ୍ର ସାହୁଙ୍କ ସ୍ତ୍ରୀ ଜତନୀ ସାହୁ(୭୭) ସୂଚନା ଅନୁଯାୟୀ ଗତ ଶନିବାର ଦିନ ସେ ଝାଡାବାନ୍ତିରେ ଅକ୍ରାନ୍ତ ହେବା ପରେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲା  । ରବିବାର ଦିନ ସକାଳ ୯ରେ ତାଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଇଥିଲେ ଏବଂ ସେହିଦିନ ଅପରାହ୍ନ ୩ଟା ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ  । କଟକରେ ୨ଦିନ ଚିକିସôିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାର ଲାଗିଥିଲା  ମଙ୍ଗଳବାର ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ମୃତକଙ୍କ ପୁଅ ଅନର୍ଯ୍ୟାମୀ ସାହୁ କହିଛନ୍ତି  । ଉକ୍ତ ଗ୍ରାମର ୱାର୍ଡ ୧ରେ ଦୂଷିତ ପାଣି ପିଇବା ଫଳରେ ଏଠାରେ ଏହି ଝାଡା ବାନ୍ତି ରୋଗ ବ୍ୟାପି ଥିଲା ଓ ଏଥିରେ ସମୁଦାୟ ୨୩ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ଥିତ ହେଉଥିଲେ  । ସୂଚନା ଯୋଗ୍ୟ ଯେ, ପିଙ୍ଗୁଆ ଗ୍ରାମରେ ଶନିବାର ଠାରୁ ଝାଡା ବାନ୍ତି ବ୍ୟାପିଥିବା ବେଳେ ପ୍ରଶାସନ ପକ୍ଷରୁ ସୋମବାର ଦିନ ସନ୍ଧ୍ୟାରେ ଏକ ଡାକ୍ତରୀ ଟିମ ଗ୍ରାମକୁ ପଠାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା  । ଫଳରେ ପ୍ରଶାସନର ଏହି ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା  ।