ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ବିଭିନ୍ନ ହୋଟେଲରେ ଚଢ଼ଉ
ଧାମନଗର : ଧାମନଗର ବ୍ଲକରେ ଏବେ ଝାଡ଼ା ବାନ୍ତି ବ୍ୟାପିଛି । ୮୦ରୁ ଊଦ୍ଧ୍ୱର୍ ଏହି ରୋଗରେ ଆକ୍ରାନ୍ତ ହେଲେଣି । ଧାମନଗର ମେଡ଼ିକାଲ ସମେତ ବ୍ଲକର ବିଭିନ୍ନ ଉପ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଡ଼ାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ବିଭିନ୍ନ ଗ୍ରାମରେ ବ୍ଲିଚିଁ ଓ ଔଷଧ ବିତରଣ କରାଯାଉଛି । ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ ଓ ପାନୀୟ ଜଳ ଯୋଗାଣ ଅଧିକାରୀ ମାନେ ବିଭିନ୍ନ ପଂଚାୟତ ବୁଲି ପରିସ୍ଥିତିକୁ ନଜର ରଖିଛନ୍ତି ।ମଙ୍ଗଳବାର ଭଦ୍ରକ ଖାଦ୍ୟ ସୁରକ୍ଷା ଅଧିକାରୀ ବିଭୁଦତ୍ତ ଦାସ, ସହକାରି ଅଧିକାରୀ ବସନ୍ତ ବେହେରା, ଏନଏସ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ, କନିଷ୍ଟ ଯନ୍ତ୍ରୀ ନୀଳକଣ୍ଠ ନାୟକ ପ୍ରମୁଖ ଧାମନଗର ଅଞ୍ଚଳରେ ବିଭିନ୍ନ ହୋଟେଲ ଓ ମିଠା ଦୋକାନ ଉପରେ ଚଢ଼ାଉ କରି ଖାଦ୍ୟର ମାନ ପରଖିଛନ୍ତି । କେତେକ ହୋଟେଲ ଉପରେ ଚଡ଼ାଉ କରି ଜରିମାନା ମଧ୍ୟ ଆଦାୟ କରିଥିବା ଜଣାପଡ଼ିଛି ।