ହସ୍ପିଟାଲରେ ଆଡମିଟ୍‌ ରତନ ଟାଟା: ଅବସ୍ଥା ଗୁରୁତର

ହସ୍ପିଟାଲରେ ଆଡମିଟ୍‌  ରତନ ଟାଟା: ଅବସ୍ଥା ଗୁରୁତର

ଭାରତର ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟାଙ୍କ ବିଗିଡିଲା ସ୍ୱାସ୍ଥ୍ୟବାସ୍ଥା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଆଡମିଟ୍‌ କରାଯାଇଛି।

ବ୍ଲଡ ପ୍ରେସର ଲୋ' ଯୋଗୁ ଆଜି ସାକାଳୁ ସେ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲର ଏମରଜେନ୍ସି ଓ୍ୱାର୍ଡକୁ ନିଆଯାଇଥିଲା। ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।