ରତ୍ନଭଣ୍ଡାରକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ଶନିବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୃହରେ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଭଣ୍ଡାରରେ କେତେ ଅଳଙ୍କାର ଅଛି, ଗଣତି ମଣତି ଶେଷ ହେବା ପରେ ସାର୍ବଜନୀନ କରିବେ ସରକାର।