ରଥକୁ କାରରେ ଆସନ୍ତି ମହାବାହୁ

ବଲାଙ୍ଗୀର: ଜଗନ୍ନାଥଙ୍କ ପାଇଁ କାର୍ ଭଡ଼ା ହୁଏ । ଭଲରେ ଧୋଇ ଫୁଲରେ ସୁସଜ୍ଜିତ କରି କର୍ପୂର ଚନ୍ଦନ ଧୂପ ଦିଆଯାଇ ଘଣ୍ଟଶଙ୍ଖ ମୃଦଙ୍ଗ ଧ୍ୱନିରେ ମହାବାହୁଙ୍କୁ ଆଣି ଭକ୍ତମାନେ କାର୍ରେ ବିଜେ କରାନ୍ତି । ପ୍ରତିବର୍ଷ ରଥଯାତ୍ରାର ପୂର୍ବଦିନ ଜଗତର ନାଥ ଜଗନ୍ନାଥ ଏଭଳି ମନ୍ଦିର ଆସ୍ଥାନରୁ ଓହ୍ଲାଇ କାର୍ରେ ଚଢ଼ି ରଥଯାତ୍ରା ଆୟୋଜକଙ୍କ ପାଖକୁ ଯାଇଥାନ୍ତି । ସୋରେ ଦଶ ଦିନର ମାନବୀୟ ଲୀଳାଖେଳ ପରେ ବାହୁଡ଼ା ଯାତ୍ରା ସାରି ପୁଣି କାର୍ରେ ବସି ଦେବାଳୟକୁ ଫେରି ଆସନ୍ତି ।
ଏହି କଥା ଶୁଣିବାକୁ କୌତୁହଳ ଲାଗୁଥିଲେ ବି ସ୍ଥାନୀୟ ନରସିଂହ ମନ୍ଦିରରେ କାହିଁ କେତେବର୍ଷ ଧରି ଏହି ନିଆରା ପରମ୍ପରା ଚାଲି ଆସୁଛି । ଏଠାରେ ବିଜେ ଦୁଇ ଦଧିବାମନ ମହାପ୍ରଭୁ ପୂଜା ପାଉଥିଲେ ମଧ୍ୟ ଏହି ମନ୍ଦିର ପକ୍ଷରୁ ରଥଯାତ୍ରା ହୁଏନାହିଁ । କିନ୍ତୁ ଦୁଇଟି ରଥଯାତ୍ରା କମିଟି ପ୍ରତିବର୍ଷ ନେତ୍ରୋତ୍ସବ ଦିନ ମନ୍ଦିରକୁ ଆସି ନିଜ ଉଦ୍ୟମରେ ମହାପ୍ରଭୁଙ୍କୁ ନେଇଯାଇଥାନ୍ତି । ସେଠାରେ ରଥଯାତ୍ରା, ଅବତାର ଏବଂ ବାହୁଡ଼ା ସାରି ଏକାଦଶୀ ତିଥିରେ ପୁଣି ଦଧିବାମନଙ୍କୁ ଆଣି ମନ୍ଦିରରେ ଛାଡ଼ିଯାଆନ୍ତି । ସବୁଠାରେ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ମାଉସୀ ଘରକୁ ସିଧାସଳଖ ଯାଉଥିବା ବେଳେ ଏଠି କିନ୍ତୁ ବ୍ୟତିକ୍ରମ ହୋଇଥାଏ । ଏଠାରେ ଭଗବାନ ଥରେ ନୁହେଁ ଦି’ଟି ଯାତ୍ରାରେ ଯାଇଥାନ୍ତି । ପ୍ରଥମେ ମନ୍ଦିରରୁ ରଥ ଆୟୋଜକଙ୍କ ପାଖକୁ ଓ ପରେ ସେଠାରୁ ମାଉସୀ ଘରକୁ ବୁଲି ଯାଆନ୍ତି ।
ନରସିଂହ ମନ୍ଦିର ପୂଜକ ଗୋବର୍ଦ୍ଧନ ଶତପଥୀଙ୍କ କହିବାନୁସାରେ, ନରସିଂହ ମନ୍ଦିରରେ ଦ୍ୱାରିକାନାଥ ଏବଂ ନରସିଂହ ମହାପ୍ରଭୁଙ୍କ ପାଖରେ ଦୁଇ ଦଧିବାମନ ପୂଜା ପାଇ ଆସୁଛନ୍ତି । ଦୀର୍ଘବର୍ଷ ପୂର୍ବରୁ ତକôାଳୀନ ମହନ୍ତ ମହାରାଜମାନେ ଶଗଡ଼ରେ ମହାବାହୁଙ୍କୁ ଧରି ମନ୍ଦିରର କ୍ଷେତ ଗାଁ ସିନଖମନ, ରତନପୁର, ଶିକାଛିଡା, ଚେରୁ ପାଇଁ, ସାଆନ୍ତମୁଡ଼ାକୁ ଭ୍ରମଣରେ ନେଉଥିଲେ । ମହାବାହୁ ଆସୁଥିବା ଜାଣି ପୂର୍ବରୁ ଗାଁ ଗାଁରେ ଲୋକେ ମୃଦଙ୍ଗଢୋଲ ଧରି ସଂକୀର୍ତ୍ତନ ଦଳ ଅପେକ୍ଷା କରି ରହୁଥିଲେ । ତାଙ୍କୁ ସ୍ୱାଗତ କରି ଗ୍ରାମ ପରିଭ୍ରମଣ କରାଇବା ପରେ ପୁଣି ମନ୍ଦିରକୁ ଫେରାଇ ଆଣୁଥିଲେ । ପରେ ଦୁଇ ମହାପ୍ରଭୁଙ୍କ ମଧ୍ୟରୁ ଜଣକୁ ଜାମସର ଏବଂ ଅନ୍ୟଜଣଙ୍କୁ ସିନଖମନ ଗ୍ରାମବାସୀ ନେଇ ରଥଯାତ୍ରା ଆୟୋଜନ କଲେ । ପରବର୍ତ୍ତୀ ସମୟରେ ସେଠାରେ ମନ୍ଦିର ନିର୍ମାଣ ସହ ବିଭିନ୍ନ ଅବ୍ୟବସ୍ଥା ହେବାରୁ ଜାମସର ପରିବର୍ତ୍ତେ ଦଧିବାମନ ସମ୍ବଲପୁର ରୋଡ୍ରେ ଥିବା ରି ନବଚନ ଏବଂ ଅନ୍ୟ ଠାକୁରଙ୍କୁ ସିନଖମନ ପରିବର୍ତ୍ତେ ସହରର ରାଜୀବ ବ୍ୟବସ୍ଥା ନଥିବାରୁ ମିନିଟ୍ରକ, ଅଟୋରିକ୍ସାରେ ନଗରକୁ ନିଆଗଲା । ପୂର୍ବରୁ ଭଲ ଗାଡ଼ିରେ ଭଗବାନକୁ ନିଆଯାଉଥିଲା । ଏବେବି ପୂର୍ବ କମିଟି ଭଲ ଚାରିଚକିଆ ଆଣି ମହାବାହୁଙ୍କୁ ନେଇ ଏହି ପରମ୍ପରା ବଜାୟ ରଖିଛନ୍ତି । ଆୟୋଜକ କମିଟିଗୁଡ଼ିକ ନେବା ଆଣିବା, ମହାବାହୁଙ୍କ ବେଶ ପରିପାଟି, ଭୋଗ, ପୂଜା ବ୍ୟବସ୍ଥା କରୁଛନ୍ତି । ସେଥିରେ ମନ୍ଦିର କୌଣସି ସହଯୋଗ ରହି ନଥାଏ ।