ନୂଆବର୍ଷରୁ ନୂଆ ରାସନ କାର୍ଡ

ration card holder

ନୂଆବର୍ଷରୁ ନୂଆ ରାସନ କାର୍ଡ

 । ।ପ୍ରଭାନ୍ୟୁଜ୍‍ । । ଭୁବନେଶ୍ୱର : ରାଜ୍ୟ ସରକାର ନୂଆ ବର୍ଷରୁ ନୂଆ ରାସନ କାଡର଼୍ ପ୍ରଦାନ କରିବେ  । ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି  । ଏବେ ଇ-କେୱାଇସି ଶେଷ ପର୍ଯ୍ୟାୟରେ ପହଁଚିଛି  । ଇ-କେୱାଇସି ପାଇଁ ଅନେକ ନକଲି ହିତାଧିକାରୀ ମଧ୍ୟ ଧରାପଡ଼ିଥିବା ଜାଣିବାକୁ ମିଳିଛି  । ସେମାନଙ୍କ ନାମ କାଡର଼୍ରୁ ବାଦ୍‌ ଦିଆଯିବ  । ଦରକାର ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବାର ବି ସମ୍ଭାବନା ରହିଛି  । ସେହିପରି ପୁରୁଣା କାଡର଼୍ର ରଙ୍ଗ ବଦଳିଯିବ  । ଏବେ ଭଗୱା ରଙ୍ଗର କାଡର଼୍ ମିଳିବ  । ଯେଉଁ କାଡର଼୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋ ରହିବ  । ପୂର୍ବରୁ କାଡର଼୍ର ରଙ୍ଗ ସବୁଜ ଥିବାବେଳେ ନବୀନଙ୍କ ଫଟୋ ରହୁଥିଲା  । ଉଭୟ ଏନଏଫଏସଏ ଓ ଏସଏଫଏସଏରେ ଲୋକଙ୍କୁ ମାଗଣାରେ ଚାଉଳ ପ୍ରଦାନ କରାଯାଉଛି  ।