ଜୋତା ଭିତରେ ଥିଲା ସାପ : ଇଞ୍ଜିନିୟର ମୃତ

 ବେଙ୍ଗାଲୁର: ଜୋତା ଭିତରେ ଥିଲା ସାପ  । ଜୋତା ପିନ୍ଧିବା କ୍ଷଣି ସାପ ଚୋଟ ମାରିଥିଲା  । ଫଳରେ ଜଣେ ଯୁବ ସଫ୍ଟୱେୟାର ଯନ୍ତ୍ରୀ ମଞ୍ଜୁ ପ୍ରକାଶଙ୍କର ମୃତୁ୍ୟ ଘଟିଛି  । ପୁଲିସର ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ, ଜୋତା ଭିତରେ ଏକ ସାପ ଗୁଡ଼େଇ ହୋଇ ରହିଯାଇଥିଲା  । ଫଳରେ ତା’ ଭିତରେ ସାପ ରହିଛି ବୋଲି ସେ ଜାଣିପାରିନଥିଲେ  । ଜୋତା ପିନ୍ଧିବା ବେଳେ ସାପ ତାଙ୍କୁ ଚୋଟ ମାରିଥିଲା  । ତା’ପରେ ସେ ଶୋଇ ପଡ଼ିଥିଲେ  । ତେବେ ସକାଳେ ତାଙ୍କ ବନ୍ଧୁ ଜୋତା ଭିତରେ ଏକ ସାପ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ  । ତୁରନ୍ତ ସେ ପରିବାରବର୍ଗଙ୍କୁ ଡାକି ମଞ୍ଜୁଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ  । ହେଲେ ପରେ ସେ ମୃତୁ୍ୟ ବରଣ କରିଥିବା ଜଣାପଡ଼ିଥିଲା  । ମଞ୍ଜୁଙ୍କର ଗୋଟିଏ ଗୋଡ଼ ଦୁର୍ଘଟଣାକାରଣରୁ ବଧିର ହୋଇଯାଇଥିବାରୁ ସେ ସାପ ଚୋଟ ଓ ଯନ୍ତ୍ରଣା ସମ୍ପର୍କରେ ଜାଣିପାରିନଥିବା କୁହାଯାଉଛି  । ଅପରପକ୍ଷରେ କାଳେ ତାଙ୍କ ମୃତୁ୍ୟର ଅନ୍ୟ କୌଣସି କାରଣ ଥିବ ସେଥିପାଇଁ ପୁଲିସ୍ ତଦନ୍ତ ଜୋରଦାର କରିଛି  ।