ତମାଣ୍ଡୋ କପ୍ ଟି-୨୦ କ୍ରିକେଟ୍: ଟିସିସି ବିଜୟୀ
ଭୁବନେଶ୍ୱର : ଶୁକ୍ରବାର ତମାଣ୍ଡୋ ଖେଳ ପଡିଆରେ ଚାଲିଥିବା ସପ୍ତମ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଟିସିସି ଭୁବନେଶ୍ୱର ୩୪ ରନରେ କନିକା ୱାରିଅର୍ସକୁ ପରାସ୍ତ କରି ବିଜୟୀ ହୋଇଛି । କନିକା ୱାରିଅର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେଣୁ ଟିସିସି ଭୁବନେଶ୍ୱର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ୱିକେଟ୍ ହରାଇ ୨୩୭ ରନ୍ କରିଥିଲେ । ଟିସିସି ଦଳ ପକ୍ଷରୁ ଆର୍ୟଶ୍ରୀ ଡି ଭଟ୍ଟ ୨୯ଟି ବଲ୍ ଖେଳି ୪୦ ରନ କରିଥିବା ବେଳେ ଶୌଭାଗ୍ୟ ରାଉତ ୩୩ଟି ବଲ୍ ଖେଳି ଧୁଆଁଧାର ୭୯ ରନ୍ କରି ଦଳକୁ ୨୩୭ ରନରେ ପହଞ୍ଚାଇଥିଲେ । କନିକା ୱାରିଅର୍ସ ଦଳ ପକ୍ଷରୁ ରଶ୍ମିରଞ୍ଜନ ରାଉତ ୪ ଓଭର ସୁନ୍ଦର ବୋଲି କରି ୩୯ ରନ ଦେଇ ୩ ୱିକେଟ ଦଖଲ କରିଥିଲେ । ସେହିଭଳି ୨୩୮ ରନର ବିଜୟ ଲକ୍ଷ୍ୟ ନେଇ କନିକା ୱାରିଅର୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ଟି ୱିକେଟ ହରାଇ ୨୦୩ କରି ଟିସିସି ଭୁବନେଶ୍ୱର ଠାରୁ ୩୪ ରନରେ ପରାସ୍ତ ହୋଇଥିଲେ । ଦଳ ପକ୍ଷରୁ ଦେବବ୍ରତ ପ୍ରଧାନ ବ୍ୟାଟିଂ କରି ୪୨ ବଲରେ ୬୨ ରନ ଓ ସତ୍ୟ ରଞ୍ଜନ ସାମଲ ୨୩ ବଲ୍ରେ ୪୩ ରନ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନଥିଲେ । ଟିସିସି ଦଳ ପକ୍ଷରୁ ଅବିଷେକ ପାଠକ ୪ ଓଭର ବୋଲିଂ କରି ୩୫ ରନ୍ ଦେଇ ୨ଟି ୱିକେଟ ନେଇଥିଲେ । ଆଜିର ଏହି ଟି-୨୦ କ୍ରିକେଟ୍ ମ୍ୟାଚ୍ରେ ଟିସିସି ଭୁବନେଶ୍ୱର ଦଳର ପୂର୍ବତନ ସଭାପତି ସୁଦ୍ଧିର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳର ସୌଭାଗ୍ୟ ରାଉତଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍ ପରିଚାଳନା କରିଥିଲେ ଧିରଜ ସିଂ, ଆସୁତୋଶ ପହି ଓ ସ୍କୋର ବୋର୍ଡରେ ଥିଲେ ଶୁଶିଲ କୁମାର ସୁନ୍ଦରାୟ । ଆଶନ୍ତା କାଲି ମ୍ୟାଚ୍ରେ ବିବିବି ୱାରିଅର୍ସ ଓ ଆଇକନିକ୍ ଏକାଦଶ ପରସ୍ପରକୁ ଭେଟିବେ ।