ଅତିରିକ୍ତ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ
ାା ପ୍ରଭାନୁ୍ୟଜ୍ ।ା ଜଟଣୀ: ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତାବର ସ୍ଥିତ ବାଉରୀ ବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଶ୍ରୀ ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ବାଉରୀ ବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୌଣସି କାରଣକୁ ନେଇ ଦୁଇ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଏପରିକି କଥା ସେତିକିରେ ସୀମିତ ନ ରହି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଅଦାଲତ ରେ ପହଞ୍ଚିଥିଲା । ଅଦାଲତ ଉକ୍ତ ମାମଲାର ତର୍ଜମା କରି ଅଭିଯୋଗକାରୀ ଓ ପ୍ରତି ଅଭିଯୋଗ କାରୀଙ୍କୁ ବାଦ୍ ଦେଇ ୬୬୨ କଲେଜ ଅନ୍ତର୍ଗତ କଲେଜ୍ ମଧ୍ୟରୁ ନିକଟସ୍ଥ କୌଣସି ଏକ କଲେଜର ଅଧକ୍ଷଙ୍କୁ ଅତିରିକ୍ତ ଦାୟିତ୍ୱ ଦେବାପାଇଁ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିଦେ୍ର୍ଦଶକଙ୍କୁ ଆଦେଶ ଦେଇଥିଲେ ।ନିଦେ୍ର୍ଦଶକ ଉକ୍ତ ଆଦେଶକୁ ଗ୍ରହଣ କରି ତାଙ୍କର ପତ୍ର ସଂଖ୍ୟା ୧୨୭୦୩/୨୩.୧୦.୨୦୨୪ରେ ଶ୍ରୀ ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତିଙ୍କୁ ବାଉରୀ ବନ୍ଧୁ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ସହ ଆର୍ଥିକ କ୍ଷମତା ମଧ୍ୟ ପ୍ରଦାନ କରିଥିଲେ । ଶ୍ରୀ ମହାନ୍ତି ବାଉରୀ ବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ନିଜର ଦାୟିତ୍ୱ ଗ୍ରହଣ କରିବା ପରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।