ଶରୀର ଦାନ ପାଇଁ ଶପଥ ପତ୍ର 

ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜଳପୋକ ପଞ୍ଚାୟତ ର ପକ୍ଷୋଟ ଗ୍ରାମର ଜଣାଶୁଣା ସମାଜସେବୀ ନରେଶ କୁମାର ଜେନା ନିଜର ମୃତୁ୍ୟପରେ ଶରୀର ଦାନ କରିବା ପାଇଁ ଅଙ୍ଗିକାର ବଦ୍ଧ ହୋଇ ଶପଥପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ସଦର ଥାନା ନିକଟ ପତିତପାବନ ମନ୍ଦିରରେ ଶ୍ରୀ ଜେନା ଶପଥପତ୍ର ପୁରଣ କରି ଅଙ୍ଗିକାର ବଦ୍ଧ ହୋଇଛନ୍ତି । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଆବଶ୍ୟକ ହେଉଥିବା ମୃତ ଶରୀର ସାମାଜିକ କାର୍ଯ୍ୟରେ ଲାଗିବ ବୋଲି ସ୍ୱୀକୃତି ଦେଇଛନ୍ତି । ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ବିଜୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।