କ୍ୟାନ୍ସର ସ୍କ୍ରିନିଂ କାର୍ଯ୍ୟକ୍ରମ

 ଜଟଣୀ : ଖୋର୍ଦ୍ଧାରୋଡ ମଣ୍ଡଳରେ କାର୍ଯ୍ୟରତ ମହିଳା ରେଳ କର୍ମଚାରୀଙ୍କ ପାଇଁ  ଡିଭିଜନାଲ ରେଳ ହସ୍ପିଟାଲର ଅଡିଟୋରିୟମରେ କ୍ୟାନସର ସ୍କ୍ରିନିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମକୁ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶୁଭ୍ର ଜ୍ୟୋତି ମଣ୍ଡଳ ଏବଂ ପୂର୍ବତଟ ରେଳ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧାରୋଡର ସଚିବ ପ୍ରିୟଙ୍କା ନାଗୱାନୀ, ଖୋର୍ଦ୍ଧାରୋଡର ମୁଖ୍ୟ ଚିକିସôା ଅଧୀକ୍ଷକ ଡକ୍ଟର ସବିତା ଶତପଥୀଙ୍କ ଉପସ୍ଥିତିରେ ଉଦଘାଟନ ହୋଇଥିଲା  । ଭୁବନେଶ୍ୱରସ୍ଥିତ ଉକôଳ ହସ୍ପିଟାଲର ସିନିୟର ପ୍ରଫେସର ଡକ୍ଟର ଚିନ୍ମୟ କୁମାର ପାଣି, ମେଡିକାଲ୍ ଅଙ୍କୋଲୋଜି, କର୍କଟ ରୋଗ ହେବାର ବିଭିନ୍ନ କାରଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ।