ପୁରୁଣା ପେନ୍ସନ୍ ଦାବିରେ ଶ୍ରମିକ କଂଗ୍ରେସର ଦିଲ୍ଲୀ ଯାତ୍ରା
ଜଟଣୀ : ଏନଏଫଆଇଆର ଡାକରାରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ପୁରୁଣା ପେନସନ ଓ ବିଭିନ୍ନ ମୌଳିକ ଦାବି ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ପୂର୍ବତଟ ଅଧୀନ ୩ ଡିଭିଜନ ଭିଶାଖାପାଟଣା, ସମ୍ବଲପୁର ଓ ଖୋର୍ଦ୍ଧାରୋଡ ଠାରୁ ୭ ଶହରୁ ଅଧିକ ନେତୃବୃନ୍ଦ ଦିଲ୍ଲୀ ଯାତ୍ରା କରିଛନ୍ତି । ସ୍ୱତନ୍ତ୍ର ଟ୍ରେନଟି ଖୋର୍ଦ୍ଧାରୋଡ ପହଞ୍ଚିବା ପରେ ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜଙ୍କ ତତ୍ୱାବଧାନରେ ଖୋର୍ଦ୍ଧାରୋଡ, ଭୁବନେଶ୍ୱର, ମଞ୍ଚେଶ୍ୱର, କଟକ, ଯାଜପୁର ଓ ଭଦ୍ରକ ଠାରୁ କର୍ମୀମାନେ ଟ୍ରେନରେ ଯାଇଥିଲେ । ସେପ୍ଟେମ୍ବର ୩ ଓ ୪ ପାହାଡ଼ଗଞ୍ଜ କର୍ନଲ ସିଂ ଷ୍ଟାଡିୟମରେ ଦୁଇଦିନିଆ ଅଧିବେଶନ ଚାଲିବ । ସାରା ଭାରତ ବର୍ଷର କୋଣ ଅନୁକୋଣରୂ ଏନଏଫଆଇଆର ସହ ବନ୍ଧିତ ଫେଡେରେସନର ୨୦ ହଜାରରୁ ଅଧିକ କର୍ମୀ ସମାବେଶରେ ଯୋଗଦେବେ । ପୁରୁଣା ପେନ୍ସନ୍ ଓ ବିଭିନ୍ନ ମୌଳିକ ଅଧିକାର ସମ୍ପର୍କରେ ଆଲୋଚନା କାରାଯାଇ ଦିଲ୍ଲୀ ରାଜରାସ୍ତାରେ ରାଲି କରାଯିବା ସହିତ ରେଳ ମନ୍ତ୍ରୀ ଓ ରେଳ ବୋର୍ଡ ସିଇଓଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯିବ ବୋଲି ଜେନେରାଲ ସେକ୍ରେଟାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଭିଶାଖାପାଟଣା ମଣ୍ଡଳ ସଂଯୋଜକ ଟି ମଉଲି, ସମ୍ବଲପୁର ସଂଯୋଜକ ରଫିକ ମହମଦ, ଖୋର୍ଦ୍ଧାରୋଡ ସଂଯୋଜକ ସୁନୀଲ ଭଞ୍ଜ, ସହ ସଂଯୋଜକ ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ପଦାଧିକାରୀ ଏମଜିକେ ରାଓ, ପ୍ରମୋଦ ସାହାଣୀ, ସୁବ୍ରତ ପଣ୍ଡା, ଶରତ ପଣ୍ଡା, ମୁସ୍ତାକ ଅଲ୍ଲୀ, ସତ୍ୟରଞ୍ଜନ ପଟ୍ଟନାୟକ, ପି ରାଜା ରାଓ, ସୁନୀଲ ପରିଡା ଶାଖା ସମ୍ପାଦକ ଏଲ୍ଡି ମହାନ୍ତି ଓ ଅନ୍ୟ ନେତୃବୃନ୍ଦ ଦାଇତ୍ୱ ନେଇଥିଲେ । ଜନ ପ୍ରତିନିଧି ମନ୍ମଥ ରାଉତରାୟ ଖୋର୍ଦ୍ଧାରୋଡ ଷ୍ଟେସନରେ ପହଞ୍ଚô ସବୁଜ ପତାକା ଦେଖାଇ ଦିଲ୍ଲୀ ଯାତ୍ରା ପାଇଁ ଶୁଭ ମାନସିଥିଲେ ।